ଜୟପାଟଣା ବ୍ଲକ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଟିକେ ଚନ୍ଦ୍ର ମାଝୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଟିକେ ଚନ୍ଦ୍ର ମାଝୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା ସଭାପତିତ୍ବ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ, ପ୍ରଭାତ କୁମାର ଖମାରୀ, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଶେଷଦେବ ବେହେରା, ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଲଲିତ କୁମାର ନାଏକ, ବିଭାଗୀୟ ଅଧିକାରୀ ଶୋଭାରାମ ଜାଲ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହା ସହ ଚଳିତ ମାସରେ ଅବସର ଗ୍ରହଣ କରିଥିବା ଦୁଇଜଣ ପ୍ରଧାନ ଶିକ୍ଷକ ଦୁର୍ଯୋଧନ ବାଗ ଏବଂ ଋଷିମଣି ବାଣୁଆଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ଗତ ମାଟ୍ରିକ ପରୀକ୍ଷାରେ ବ୍ଳକରେ ସର୍ବୋଚ୍ଚ ନମ୍ବର ହାସଲ କରିଥିବା ସୌମ୍ୟରଞ୍ଜନ ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେପରେ କାର୍ଯ୍ୟାଳୟରେ ପଦୋନ୍ନତି ପୂର୍ବତନ କନିଷ୍ଠ କିରାଣୀ ଦେବେନ୍ଦ୍ର ଶବରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ସମସ୍ତ ସିଆରସିସି ମାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସଞ୍ଜୟ କୁମାର ପଣ୍ଡା, ଉପସ୍ଥିତ ରହି ଥିଵା ବେଳେ କୁଚା ଗାଁ ସିଆରସିସି ଅନନ୍ତ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଶେଷରେ ପୋଡାଖୋଲ ସିଆରସିସି ନବ କିଶୋର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.