ଅଜୟ ଦେବଗନ୍ ଦେଶର ପ୍ରଥମ ଦଳିତ କ୍ରିକେଟର ପାଲୱକଂର ବାଲୁଙ୍କ ବାୟୋପିକରେ ଅଭିନୟ କରିବେ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ସ୍ପୋର୍ଟ୍ସ ବାୟୋପିକ ମୈଦାନ ଫିଲ୍ମରେ ଚମତ୍କାର ଅଭିନୟ କରିବା ପରେ ଅଜୟ ଦେବଗନ ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଅଜୟ ଦେଶର ପ୍ରଥମ ଦଳିତ କ୍ରିକେଟର ପାଲୱକଂର ବାଲୁଙ୍କ ବାୟୋପିକରେ ଅଭିନୟ କରିବେ । ରାମଚନ୍ଦ୍ର ଗୁହାଙ୍କ ପୁସ୍ତକ ଏ କର୍ଣ୍ଣର ଅଫ ଏ ଫରେନ ଫିଲ୍ଡରୁ ଏହାର କାହାଣୀ ନିଆଯାଇଛି । ନିର୍ମାତା ପ୍ରୀତି ସିହ୍ନା ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ତିଗମାଂଶୁ ଧୂଲିଆ ଏହାର ନିର୍ଦ୍ଦେଶନା ଦେବେ । ଚଳିତ ବର୍ଷ ଶେଷ ଆଡକୁ ଏହାର ଶୁଟିଂ ଆରମ୍ଭ ହୋଇପାରେ ବୋଲି ନିର୍ମାତା ଆଶା ବ୍ୟକ୍ତ କରିଛନ୍ତି । ବାଲୁ ତାଙ୍କ କ୍ରିକେଟ କ୍ୟାରିୟରରେ କିପରି ଜାତିଗତ ଭେଦଭାବ ନେଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହା ଏଥିରେ ଦର୍ଶାଯିବ । ବାଲୁ ପୁଣେର ଏକ କ୍ରିକେଟ କ୍ଲବରେ ଗ୍ରାଉଣ୍ଡକିପର କାର୍ଯ୍ୟ କରୁଥିଲେ । ତାଙ୍କ ପ୍ରତିଭା ସମ୍ମୁଖକୁ ଆସିବା ପରେ ସେ କଡା ସଂଘର୍ଷ ସତ୍ୱେ ୧୮୯୬ରେ ହିନ୍ଦୁ ଜିମଖାନା ଟିମ ପାଇଁ ଚୟନ ହୋଇଥିଲେ । ଏହିଠାରୁ ତାଙ୍କ ଉଲ୍ଲେଖନୀୟ କ୍ରିକେଟ କ୍ୟାରିୟର ଆରମ୍ଭ ହୋଇଥିଲା । ଅଜୟ ଏବେ ତବୁଙ୍କ ସହ ନୀରଜ ପାଣ୍ଡେଙ୍କ ଔରୋ ମେଁ କହାଁ ଦମ ଥା ଓ ରୋହିତ ଶେଟ୍ଟୀଙ୍କ ସିଂଘମ ଏଗେନରେ ଅଭିନୟ କରିଛନ୍ତି । ଏହି ୨ଟି ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.