୫ଦଫା ଦାବି ନେଇ ୱାର୍ଡ଼ ସଭ୍ୟ ସଭ୍ୟାଙ୍କ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବୁଧବାର କୋକସରା ବ୍ଳକ ଆମପାଣି ପଞ୍ଚାୟତର ୱାର୍ଡ଼ ସଭ୍ୟ ସଭ୍ୟାମାନେ ୫ଦଫା ସମ୍ବଳିତ ଏକ ଦାବିପତ୍ର ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ପଞ୍ଚାୟତର ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟାମାନେ ଏକତ୍ରିତ ହୋଇ ସରପଞ୍ଚ ରୁକ୍ମିଣୀ ବାଣୁଆଙ୍କ ଉପସ୍ଥିତିରେ ପିଇଓ ଗିରିଶ ଚନ୍ଦ୍ର ନାଏକଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡିକ ମଧ୍ୟରେ ମାସିକ ୪୮୦ ଟଙ୍କା ବଦଳରେ ୬ ହଜାର ଟଙ୍କା ପ୍ରଦାନ, କାର୍ଯ୍ୟ ଅବଧି ଶେଷ ହେବାପରେ ଅବସର କାଳୀନ ଭତ୍ତା ବାବଦକୁ ୨ ହଜାର ଟଙ୍କା, ପ୍ରତ୍ୟେକ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ସ୍ବାସ୍ଥ୍ୟ ନିରାପତ୍ତା ପାଇଁ ଦୁର୍ଘଟଣା ଜନୀତ/ଅପ୍ରାକୃତିକ ମୃତ୍ୟୁ ପାଇଁ ୧୦ ଲକ୍ଷ ଟଙ୍କା ଓ ଶାରୀରିକ କ୍ଷତି ପାଇଁ ୫ ଲକ୍ଷ ଟଙ୍କା ଜୀବନ ବିମା ସାହାଯ୍ୟ, ପଞ୍ଚାୟତର ସମସ୍ତ ଉନ୍ନୟନ କାର୍ଯ୍ୟସବୁ ୱାର୍ଡ଼ ସଭ୍ୟ ସଭ୍ୟାମାନଙ୍କ ଜରିଆରେ କାର୍ଯ୍ୟ କରାଯାଉ ଭଲି ଆଦି ଦାବି ଗୁଡିକ ଉଲ୍ଳେଖ ରହିଛି। ଦାବିପତ୍ର ପ୍ରଦାନ ସମୟରେ ୱାର୍ଡ଼ ସଭ୍ୟ ଶ୍ୟାମ ସୁନ୍ଦର ମାଝୀ, ସଭ୍ୟା ଲିଲିମୟୀ ମାଝୀ, ନୃପରାଜ ନାଏକ, ଉର ପୁଝାରୀ, ଜୟନ୍ତୀ ମାଝୀ, ଦୁର୍ଗା ବେଶ୍ରା, ଡାଳିମ୍ବ ବାଗ, ଭବାନୀ ଶଙ୍କର ପୁରୋହିତ, ତୁଲସା ମାଝୀ, ଅର୍ଜୁନ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.