ଭବାନୀପାଟଣା ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଭବାନୀପାଟଣା ଠାରେ ଜୁନ ୨୬ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ସଂକୁଳ ସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି। ଅବସର ପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ମୁଣ୍ଡଙ୍କ ଦ୍ବାରା ଏହା ଉଦଘାଟିତ ହୋଇଥିବାବେଳେ ସଙ୍କୁଳ ପ୍ରମୁଖ ଅଶୋକ ସିଂଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଥିଲା। ଏଥିରେ ୮ ଟି ଶିଶୁ ମନ୍ଦିର ରୁ ୭୪ ଜଣ ଗୁରୁଜୀ ୬୨ ଜଣ ଗୁରୁମା ଉପସ୍ଥିତ ଥିଲେ। ଏହି କାର୍ଯ୍ୟଶାଳାରେ ନୂତନ ଶିକ୍ଷାନୀତି, ଆକର୍ଷଣ ଶିକ୍ଷାଦାନ, ଉପକରଣ ପ୍ରୟୋଗ, ବାଟିକା ବିଭାଗ ଶିକ୍ଷାଦାନକୁ ଆକର୍ଷଣୀୟ କରିବା, ସ୍ମାର୍ଟ କ୍ଲାସ୍ ମାଧ୍ୟମରେ ଶିକ୍ଷାଦାନ, କମ୍ପ୍ୟୁଟର୍ ଶିକ୍ଷା ଭଳି ଅନେକ ବିଷୟରେ ସଙ୍କୁଳର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯିବା ସହ ୨୦୨୪-୨୫ ଶିକ୍ଷାବର୍ଷରେ କିଭଳି ଏହି ବିଷୟ ଗୁଡ଼ିକୁ ଶ୍ରେଣୀ ପ୍ରକୋଷ୍ଠରେ କାର୍ଯ୍ୟକାରୀ କରାଯିବ ଏହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଉଦଯାପନୀ କାର୍ଯ୍ୟକ୍ରମରେ ବିପିନ ବିହାରୀ ମିଶ୍ର, କଳାହାଣ୍ଡି ବିଭାଗ ନିରୀକ୍ଷକ ଓ ଶିକ୍ଷା ବିକାଶ ସମିତିର ପ୍ରାନ୍ତ ପ୍ରଶିକ୍ଷଣ ସହ ସଂଯୋଜକ ମୁଖ୍ଯବକ୍ତା ଭାବରେ ଯୋଗଦାନ କରିଥିଲେ। ସଙ୍କୁଳ ସଂଯୋଜକ କୁଞ୍ଜ ବିହାରୀ ଦାଶ ଓ ପ୍ରଧାନ ଆଚାର୍ଯ୍ୟ ଦାଶରଥି ପଣ୍ଡା ତଥା ଅଶୋକ କୁମାର ସାହୁ, ବିଜୁ କୁମାର ସାହୁ, ଟିକଦେବ ସାହୁ, ମାନସ ସାହୁ, ପ୍ରସାଦ ଭାଇ ପ୍ରତ୍ୟେକେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଗିରିଜା ଶଙ୍କର ସାହୁ ଯୁଗ୍ମ ସମ୍ପାଦକ, ସଂଗ୍ରାମକେଶରୀ ପ୍ରଧାନ, ଉପସଭାପତି, ପ୍ରମୋଦ କୁମାର ପଣ୍ଡା,ସମ୍ପାଦକ ବ୍ରଜ ବିହାର ରୁପାଲିନ ଖଟେଇ, ସୁରେଶ ଚନ୍ଦ୍ର ସାହୁ ସମ୍ପାଦକ ବାଲାଜୀ ବିହାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.