କଳାହାଣ୍ଡି ବିଭାଗ ସ୍ତରୀୟ ବନ୍ଦନା ଅଭ୍ୟାସ କାର୍ଯ୍ୟଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଠାରେ କଳାହାଣ୍ଡି ବିଭାଗ ସ୍ତରୀୟ ବନ୍ଦନା ଅଭ୍ୟାସ କାର୍ଯ୍ୟାଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ବିଭାଗର ବିଭିନ୍ନ ସଂକୁଳରୁ ୯୨ ଜଣ ଭଉଣୀ ଓ ୨୬ ଜଣ ଭାଇ ଉପସ୍ଥିତ ଥିଲେ। ଉଦଘାଟନ ଉତ୍ସବରେ ଭୀମସେନ ସାହୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶାରୀରିକ ଶିକ୍ଷକ ଭବାନୀପାଟଣା, ଜିତେନ୍ଦ୍ର କୁମାର ପଣ୍ଡା ପ୍ରାନ୍ତ ସଂଗୀତ ଶିକ୍ଷା ସଂଯୋଜକ, ଶି.ବି.ସ ଓଡିଶା, ବିପିନ ବିହାରୀ ମିଶ୍ର ବିଭାଗ ନିରୀକ୍ଷକ, କଳାହାଣ୍ଡି ବିଭାଗ, ସୁରେଶ ସାହୁ ସମ୍ପାଦକ, ବାଲାଜୀ ବିହାର, ଦାଶରଥି ପଣ୍ଡା ପ୍ରଧାନ ଆଚାର୍ଯ୍ୟ, ବାଲାଜୀ ବିହାର ଉପସ୍ଥିତ ରହି ମା ସରସ୍ବତୀଙ୍କ ନିକଟରେ ଜ୍ଞାନର ଦୀପପ୍ରଜ୍ବଳନ କରିଥିଲେ।

ଜିତେନ୍ଦ୍ର କୁମାର ପଣ୍ଡା ପ୍ରାନ୍ତ ସଂଗୀତ ଶିକ୍ଷା ସଂଯୋଜକ, ଶି.ବି.ସ, ଓଡିଶା, ଜୟ ରାମ ସାହୁ ପ୍ରାନ୍ତ ଶିକ୍ଷା ପରିଷଦ, ସଂଗୀତ ବିଭାଗ ସଦସ୍ୟ, ଶିବ ପ୍ରଧାନ ସମ୍ଭାଗ ସଂଗୀତ ପ୍ରମୁଖ ଦକ୍ଷିଣ ସମ୍ଭାଗ, ଜନାର୍ଦ୍ଦନ ବାଗ ସଂକୁଳ ସଂଗୀତ ପ୍ରମୁଖ ଭବାନୀପାଟଣାଙ୍କ ତତ୍ୱାବଧାନାରେ ଶିଶୁ ଭାଇ ଭଉଣୀ ଅତି ଆଗ୍ରହର ସହିତ ବନ୍ଦନା ଅଭ୍ୟାସ କରିଥିଲେ। ସମାରୋପ ଉତ୍ସବରେ ସୁକାନ୍ତ ବେହେରା ସମ୍ଭାଗ ସଂଯୋଜକ,ଦକ୍ଷିଣ ସମ୍ଭାଗ ଶି.ବି.ସ, ଓଡିଶା, ଶ୍ରୀଯୁକ୍ତ ରୂପ ସିଂ ରାଉତ, ସଭାପତି ଦକ୍ଷିଣ ସମ୍ଭାଗ ଦୁଷ୍ମନ୍ତ ରଥ ଦକ୍ଷିଣ ସମ୍ଭାଗ ସମ୍ପାଦକ,ଅଶୋକ ସିଂ ସଂକୁଳ ପ୍ରମୁଖ, ଭବାନୀପାଟଣା, ଡ଼. ପ୍ରିୟା ଶଶୀଧରନ ସଭାପତି ବାଲାଜୀ ବିହାର, ଶ୍ରୀଯୁକ୍ତ ରଘୁରାଜ ପଟ୍ଟନାୟକ, ପୂର୍ବତନ ସମ୍ପାଦକ ବାଲାଜୀ ବିହାର ଉପସ୍ଥିତ ରହି ଉକ୍ତ ବର୍ଗଟିକୁ ସୁଚାରୁ ରୂପେ ସମାପ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.