ସୋହେଲା କୃଷି ବିଭାଗ ଦ୍ଵାରା ୧୦ ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସିଡ୍ ମନି ବଣ୍ଟନ 

ଓଡ଼ିଆ ବାର୍ତ୍ତା/ ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ସ୍ଥିତ ବ୍ଳକ କୃଷି କାର୍ଯ୍ୟାଳୟ ଠାରେ କୃଷି ଓ ଆନୁସାଙ୍ଗିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଯୋଗ୍ୟ ୧୦ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଯଥା; ମାଁ ଗାୟତ୍ରୀ ଏସ.ଏଚ.ଜି ବାଇପାଲି, ମାଁ ଦୁର୍ଗା ଏସ.ଏଚ.ଜି. ସ୍ରିଗିଡ଼ା, ଜୟ ମାତାଦି ଏସ୍.ଏଚ୍.ଜି. ସାଧୁପାଲି, ମାଁ ଚନ୍ଦ୍ରାସେନି ଏସ୍ .ଏଚ୍. ଜି ଚକବାହାଲ, ସୁବର୍ଣ୍ଣରେଖା ଏସ୍.ଏଚ୍.ଜି. ସାହାଜବାହାଲ, ସରସ୍ଵତୀ ଏସ୍ ଏଚ୍.ଜି. ଗର୍ଭଣା, ମାଁ ତୁଳସୀ ଏସ.ଏଚ୍.ଜି. ଭାତବିଡ଼ା, ମାଁ ଲକ୍ଷ୍ମୀ ଏସ୍.ଏଚ୍.ଜି. ରେଙ୍ଗାଳି, ମାଁ ସମଲେଶ୍ବରୀ ଏସ୍.ଏଚ୍.ଜି. ରେଙ୍ଗାଳି, ବଜରଙ୍ଗବଳି ଏସ୍.ଏଚ୍.ଜି. ବ୍ରାହ୍ମଣୀଡ଼ିହି ଆଦି ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କୁ ସୋହେଲା କୃଷିବିଭାଗ (ଆତ୍ମା) ତରଫରୁ ଟ ୧୦,୦୦୦ ଙ୍କା (ଦଶହଜାର) ଲେଖାଏଁ ସିଡ୍ ମନି ବାବଦକୁ ବଣ୍ଟନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ସୋହେଲାର ବ୍ଳକ କୃଷି ଅଧିକାରୀ ନିତାଞ୍ଜଳି ବିଶି, ତହସିଲଦାର ଶୁଭରଞ୍ଜନ ନାୟକ, ବି.ଏଫ୍.ଏ.ସି. ଚ୍ୟାରମେନ୍ ନିଲାଞ୍ଚଳ ନାୟକ, ବିଭିଓ ଡ଼. ସଂଜୀବ କୁମାର ପାତ୍ର, ବ୍ଳକ ସହକାରୀ କୃଷି ଅଧିକାରୀ ଅଭିଷେକ ଅଗ୍ରୱାଲ ଓ ଆଦର୍ଶ କୁମାର ସାହୁ  ଉପସ୍ଥିତ ଥିଲେ। ଏହା ସ୍ଵଂୟ ସହାୟକ ସଦସ୍ୟମାନଙ୍କର କ୍ରେଡିଟ୍ ଏବଂ ବିନିଯୋଗ ମୂଲ୍ୟବୋଧ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ ଏବଂ ସେମାନଙ୍କର ଗ୍ରୁପ୍ କର୍ପସ୍ ବୃଦ୍ଧି କରି ବ୍ୟାଙ୍କ ଲିଙ୍କେଜ୍ ପାଇବାରେ ସାହାଯ୍ୟ କରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.