ସର୍ଗିଗୁଡା ଗ୍ରାମ ପଞ୍ଚାୟତରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ଗତ ମଙ୍ଗଳବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ବୁଧବାର ନର୍ଲା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଏହି କ୍ରମରେ ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳି ବୁଦ୍ଧିଆଙ୍କ ନେତୃତ୍ଵରେ ସର୍ଗିଗୁଡା କାର୍ଯ୍ୟନିର୍ବାହୀ ଅଧିକାରୀ ଜଗଜୀବନ ସାହୁ, ଯୋଗାଣ ସହାୟକ ଟଙ୍କଧର ସା, କର୍ମଚାରୀ ଶଙ୍କର ଗୌଡ, ଯଦୁ ମାଝୀ, ସ୍ୱେଚ୍ଛାସେବୀ ଯୁବକ ଶ୍ରୀମୁଖ ମାଝୀ, ସର୍ଗୀଗୁଡା ଗ୍ରାମ ପଞ୍ଚାୟତର ସିଆରପି, ଏମବିକେ ଓ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ ହାତରେ ତ୍ରିରଙ୍ଗା ପତକା ଧରି, ଭାରତ ମାତାକି ଜୟ, ବନ୍ଦେ ମାତରଂ ପ୍ରଭୃତି ନାରା ଦେଇ ଗ୍ରାମ ପଞ୍ଚାୟତରୁ ଏକ ଶୋଭଯାତ୍ରାରେ ବାହାରି ରେଳବାଇ ଫାଟକ ଓ ସେଠାରୁ ନର୍ଲାରୋଡ ଯାଏଁ ଯାଇଥିଲେ।

Omkar Vasthu
Omkar Vasthu

ଶହ ଶହ ଦର୍ଶକ ଅନେକ ଉତ୍ସୁକତାର ସହ ହର ଘର ତ୍ରିରଙ୍ଗା କାର୍ଯକ୍ରମରେ ସାମିଲ୍ ହୋଇଥିଲେ। ସେହିଭଳି ଭାନପୁର ଗ୍ରାମ ପଂଚାୟତରେ ସରପଞ୍ଚ ଅନନ୍ତରାମ ମାଝିଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥଲା। ଏହାକୁ ଯୋଗାଣ ସହାୟକ ଶମ୍ଭୁ ହାତୀ, ଜିଆରଏସ କେଦାର ନିଆଲ୍, ରଘୁ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.