ଡେଙ୍ଗରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ : ୫୦୦ ଫୁଟ ଲମ୍ବର ଜାତୀୟ ପତାକା ଧରି ଗାଁରେ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସମଗ୍ର ଦେଶରେ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ପ୍ରଧାନ ଶିକ୍ଷକ ଚଣ୍ଡାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଏବିଇଓ ନାରାୟଣ ଭୋଇ, ସିଆରସିସି ଚିନ୍ତାମଣି ସାହୁ, ସମାଜସେବୀ ଶିବପ୍ରସାଦ ରଣା ପ୍ରମୁଖ ଯୋଗଦାନ କରିଥିଲେ।

ଏଥିରେ ୫୦୦ ଫୁଟ ଲମ୍ବର ଜାତୀୟ ପତାକାକୁ ଧରି ଗାଁରେ ଶୋଭାଯାତ୍ରାରେ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ପ୍ରଦାନ କରି ବହୁ ସଂଖ୍ୟାରେ ଅଭିଭାବକ, ଗ୍ରାମବାସୀ, ପୁରାତନ ଛାତ୍ର ଓ ନୂତନ ଛାତ୍ରଛାତ୍ରୀ ଯୋଗଦେଇ ଅଭିଯାନକୁ ସଫଳ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ରାମ ନାରାୟଣ ଦାଶ , କୃପାସିନ୍ଧୁ ମିଶ୍ର, ସୁଦର୍ଶନ ଦାଶ, ଲିଙ୍ଗରାଜ ନନ୍ଦ, ସମୀର ସେଠି, ଦୀପକ ସେନ ଧରୁଆ, ଶିକ୍ଷୟତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, ତପସ୍ୱିନୀ ପଟେଲ, କାନ୍ତି ଭୋଇ, ଦ୍ରୋପଦୀ ଭୋଇ , ଜୁନିୟର ଆସିଷ୍ଟେଣ୍ଟ ଅବିନାଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଖେଳ ଶିକ୍ଷୟତ୍ରୀ ଶିବାନୀ ମଲ୍ଲିକ ପରିଚାଳନା କରିଥିଲା ବେଳେ ଖେଳ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.