କୋସଲୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଲାଗି ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ତରଭା: ସ୍ଥାନୀୟ ଭାଷା ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ନେତୃତ୍ୱରେ ମାଁ ପାଟଣେଶ୍ବରୀ ମନ୍ଦିରରୁ ରଥପଡା, ସୁନାରୀପଡା, ମାରୱାଡ଼ି ପଡା, ଦୁର୍ଗା ମଣ୍ଡପ ଦେଇ ତରଭା ବ୍ଲକ୍ ଅଫିସକୁ କୋସଲୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ପ୍ରଦାନ ନିମନ୍ତେ ଦୁଲଦୁଲି ବଜା ସହ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।

ଏଥିରେ ମାହେଶ୍ଵରୀ ସଂଗଠନର କର୍ମକର୍ତ୍ତା, ଏକାଡେମୀର ସମ୍ପାଦକ ରାଜେନ୍ଦ୍ର କୁମାର ଝାଙ୍କର, ରୋଶନ ସାହୁ, ତ୍ରିଲୋଚନ ଦଳବେହେରା, ଆଶୁକବି ଗରିବ ମଲ୍ଲିକ,ଶୃତିମୟୀ ସାହୁ, ପ୍ରିୟଦର୍ଶିନୀ ଜେନା, ଫଲଶାଫୁଲର ସମ୍ପାଦକ ପ୍ରଭାତ ଖମାରୀ, ସାମ୍ବାଦିକ କପିଳାସ ସେଠ୍, ଅନ୍ତର୍ଯ୍ୟାମୀ ସାହୁ, କଲ୍ୟାଣ ନାଏକ, ମାନଭଞ୍ଜନ ମିଶ୍ର, ସୁକାନ୍ତ ମିଶ୍ରଙ୍କ ସମେତ ପଚାଶରୁ ଉର୍ଦ୍ଧ୍ବ କୋଶଳପ୍ରେମୀ ଅଂଶଗ୍ରହଣ କରିଥିଲେ।

ପଥପ୍ରାନ୍ତ ସଭାରେ ଦେବେନ୍ଦ୍ର କୁମାର ନାଏକ, ରାଜେନ୍ଦ୍ର ଝାଙ୍କର,ଗରିବ ମଲ୍ଲିକ,ରୋଶନ ସାହୁ, ଜଗବନ୍ଧୁ ଷାଣ୍ଢ,ସାମ୍ବାଦିକ କଲ୍ୟାଣ ନାଏକ ଓ ମାନଭଞ୍ଜନ ମିଶ୍ର ପ୍ରମୁଖ କୋସଲୀ ଭାଷାର ମହତ୍ତ୍ଵ ଓ ଗୁରୁତ୍ୱ ଉପରେ ନିଜ ନିଜର ମତାମତ ଦେଇଥିଲେ।ବ୍ଲକ୍ ଅଫିସରେ ପହଞ୍ଚି ଏକାଡେମୀ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ତରଭା ବି.ଡି.ଓ. ଅନିଲ କୁଲୁଙ୍କ ଜରିଆରେ କୋସଲୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ନିମନ୍ତେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ତରଭାରେ ପ୍ରଥମ ଥର ପାଇଁ ଏଭଳି ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.