ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦେଶ ପାଳନ କରିଛି ୭୮ତମ ସ୍ବାଧୀନତା ଦିବସ। ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଛି ଭାରତ ଗଣତନ୍ତ୍ରର ଏହି ମହାନ ପର୍ବ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକର ବିଭିନ୍ନ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଆଦି ସ୍ଥାନ ମାନଙ୍କରେ ମଧ୍ୟ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। କୋକସରା ବ୍ଳକ ସାମ୍ବାଦିକ ସଂଘ ପକ୍ଷରୁ କାଉଡୋଲାଠାରେ ମହା ସମାରୋହରେ ସ୍ବାଧୀନତା ଦିବସ ପାଳିତ ହୋଇଥିବାବେଳେ ସଂଘର ସଭାପତି ଚକ୍ରଧର ବେଶ୍ରା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସାମ୍ବାଦିକ ବଂଶୀଧର ବେଶ୍ରା ଦେଶମାତୃକା ପାଇଁ ବଳିଦାନ ଦେଇ ସ୍ୱାଧୀନତା ଆଣିଥିବା ସଂଗ୍ରାମୀ ମହାପୁରୁଷ ମାନଙ୍କୁ ସ୍ମରଣ କରି ଜଣେ ସାମ୍ବାଦିକର କର୍ତ୍ତବ୍ୟ ଓ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ସହାୟକ ହେବାକୁ ବକ୍ତବ୍ୟ ରଖିଥିଲେ। ସାମ୍ବାଦିକ ଜଗଦୀଶ ନାଏକ, ବସନ୍ତ ସରାବୁ, ହିରଣ୍ୟ ବେହେରା, ପରେଶ ପଟ୍ଟନାୟକ, ତୁଲାରାମ ବେହେରା, ଦେବେନ୍ଦ୍ର ସାଗର, ଗଜିନ୍ଦ୍ର ନାଗ, ଗଣେଶ ଭାଟି ପ୍ରମୁଖ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।