ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ତରଫରୁ ୭୮ତମ ସ୍ବାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ତରଫରୁ କାର୍ଯ୍ୟାଳୟ ପରିସର ଠାରେ ୭୮ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହେଇଯାଇଛି। ଗୋଷ୍ଠୀ ଉପସଭାନେତ୍ରୀ ସାବିତ୍ରୀ ନାଏକ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଧ୍ବଜାରୋହଣ କରିଥିଲେ। ପରେ ସମସ୍ତ ସଦସ୍ୟା ଜାତୀୟ ସଂଗୀତ ଗାନ କରିଥିଲେ। ଏହି ଅବସରରେ ଦଣ୍ଡପାଟ ଯୁବ ସେବା ସଂଗଠନ କୋଷାଧ୍ୟକ୍ଷ ଭିକାରୀ ଚରଣ ଗୋପାଳ, ଟିକେଶ୍ବର ଭୋଇ, ପ୍ରକାଶ ସାହୁ, ଗ୍ରାମର ବୁଦ୍ଧିଜୀବୀ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଗୋଷ୍ଠୀ ସହ-ସଂପାଦିକା ଦୁଲ୍ଲଭି ହଂସ, ସଦସ୍ୟା ହିମାଦ୍ରୀ ଖଣ୍ଡାଧାରୀ, ଚାନ୍ଦିନୀ ଭୋଇ, ଦିପିକା ସାହୁ, କୁନି ବାଣୁଆ, ପରମେଶ୍ବରୀ ଗୋପାଳ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.