ସୋନପୁର ଫରେଷ୍ଟ ସ୍ମାର୍ଟ ପାର୍କ ଠାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ପରିକ୍ରମାର ଆୟୋଜନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ଲୋକାଭିମୁଖୀ ତଥା ସବୁ ବର୍ଗର ଜନସାଧାରଣଙ୍କୁ ଏହି ମହତ୍ ଜାତୀୟ ପର୍ବରେ ସାମିଲ ପୂର୍ବକ ଜାତୀୟତାବୋଧରେ ଉଦବୁଦ୍ଧ କରିବା ଲକ୍ଷ୍ୟ ନେଇ ଆଜି ସ୍ବଚ୍ଛ ଭାରତ ସଙ୍ଗଠନ ଓ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଫରେଷ୍ଟ ସ୍ମାର୍ଟ ପାର୍କ ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ପରିକ୍ରମାର ଆୟୋଜନ କରାଯାଇଥିଲା। ସୁବର୍ଣ୍ଣପୁର ଏସପି ଶ୍ରୀ ୟସ ପ୍ରତାପ ଶ୍ରୀମାଲ ଓ ଏଡିଏମ୍ ଶ୍ରୀମତୀ ଅଞଳିନା ପଧାନ ଅତିଥି ଭାବରେ ଯୋଗ ଦେଇ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ବଜାୟ ରଖିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ଓ ସିଭିଲ ସୋସାଇଟିକୁ ନିବେଦନ କରିଥଲେ ଏବଂ ପ୍ରତି ଘରେ ଘରେ ଏ ବାର୍ତ୍ତା ପହଞ୍ଚାଇ ଏକ ସୁଦୃଢ଼ ଭାରତ ଗଠନ କରିବାକୁ ସଂକଳ୍ପ ନେବାକୁ କହିଥିଲେ।

ସ୍ବଚ୍ଛ ଭାରତ ସଙ୍ଗଠନର କୋଡିନେଟର ମନୋରଞ୍ଜନ ତ୍ରୀପାଠୀ ଓ ପତଞ୍ଜଲୀ ଯୋଗ ସମିତିର କୋଡ଼ି ନେଟର ରବୀନ୍ଦ୍ର ଜେନା କାର୍ଯ୍ଯକ୍ରମକୁ ସଂଯୋଜନା କରିଥିବା ବେଳେ ଯୋଗ ସମିତିର ସଭାପତି ଗୋପାଳ ନେଗୀ, ସମ୍ପାଦକ ଶ୍ରୀବନ୍ତମିଶ୍ର, ସ୍ୱଚ୍ଛ ଭାରତ ସଭାପତି ସାୟଦ ଅଲିମୁଲ ଇସଲାମ, କୋଶଳ ହାଇସ୍କୁଲ ର ଅଧ୍ୟକ୍ଷ ସଞ୍ଜୟ ସାହୁ, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଯଶୋଦା ଦେବୀ ନର୍ସିଂ ସ୍କୁଲ୍ ଅଧ୍ୟକ୍ଷ ଦିବାକର ନାୟକ, ଅଧ୍ୟାପିକା ନେହା ସାହୁ, ଅର୍ଚ୍ଚନା ବରିହାଙ୍କ ତତ୍ତ୍ଵାବଧାନରେ କାର୍ଯ୍ଯକ୍ରମ ସୂଚାରୁ ପରିଚାଳନା ହୋଇଥିଲା। ମହିଳା କଲେଜ୍ ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀ, ଇନ୍ଦୁମତି ପୁରୋହିତ, ଗଦାଧର ବାରିକ, ପ୍ରମୋଦ ସାହୁ, ବିଇଓ ପ୍ରତାପ ଦାଶ, ନାରାୟଣ ରଥ, ପୌର କର୍ମଚାରୀ ହରି ଚୌଧୁରୀ, ରୁଦ୍ର ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସ୍ବଚ୍ଛ ଭାରତ, ଯୋଗ ସମିତି, ଯଶୋଦା ଦେବୀ ନର୍ସିଂ ସ୍କୁଲ୍, କୋଶଳ ହାଇସ୍କୁଲ, ଗୋପାଲ୍ହି ଯୋଗାଳୟ, ବରିଷ୍ଠ ନାଗରିକ ସଂଘ ପ୍ରମୁଖ ସଂଗଠନ ଓ ପୌର ପରିଷଦର ଜେ.ଇ ଓ କର୍ମଚାରୀ ସକ୍ରିୟ ସାମିଲ ରହି ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.