କୋକସରାର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗୁରୁବାର କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ୭୮ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। କୋକସରା ପଞ୍ଚାୟତ ସମିତି, ତହସିଲ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବିଭିନ୍ନ ଶିକ୍ଷାନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ପାଳିତ ହୋଇଛି। ବ୍ଲକ ପକ୍ଷରୁ ଆୟୋଜିତ ସ୍ୱାଧୀନତା ଦିବସରେ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ତ୍ରିରଙ୍ଗା ପତାକା ଉତୋଳନ କରିଥିଲେ। ଏହି ଅବସରରେ ବିଡ଼ିଓ ସ୍ନେହପ୍ରଭା ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମେତ ବିଭିନ୍ନ କଲେଜ ଛାତ୍ର ଛାତ୍ରୀ, ଶିକ୍ଷକ, ଅଧ୍ୟାପକ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ।

ସେହିପରି କୋକସରା ବ୍ଳକ ସାମ୍ବାଦିକ ସଙ୍ଘ ପକ୍ଷରୁ କାଉଡୋଲା ଠାରେ ସଭାପତି ଚକ୍ରଧର ବେଶ୍ରା ପତାକା ଉତୋଳନ କରିଥିଲେ। ସାମ୍ବାଦିକ ବଂଶୀଧର ବେଶ୍ରା ଦେଶମାତୃକା ପାଇଁ ବଳିଦାନ ଦେଇ ସ୍ୱାଧୀନତା ଆଣିଥିବା ସଂଗ୍ରାମୀ ମହାପୁରୁଷ ମାନଙ୍କୁ ସ୍ମରଣ କରି ଜଣେ ସାମ୍ବାଦିକର କର୍ତ୍ତବ୍ୟ ଓ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ସହାୟକ ହେବାକୁ ବକ୍ତବ୍ୟ ରଖିଥିଲେ। ସାମ୍ବାଦିକ ଜଗଦୀଶ ନାଏକ, ବସନ୍ତ ସରାବୁ, ହିରଣ୍ୟ ବେହେରା,ପରେଶ ପଟ୍ଟନାୟକ, ତୁଲାରାମ ବେହେରା, ଦେବେନ୍ଦ୍ର ସାଗର, ଗଜିନ୍ଦ୍ର ନାଗ, ଗଣେଶ ଭାଟି, ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.