୪୮୮ ବର୍ଗ ମହାବିଦ୍ୟାଳୟ ତରଫରୁ ଧର୍ମଗଡ଼ ବିଧାୟକଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ୨୦୧୭ ଅନୁଦାନ ଆଇନ୍ ଅନ୍ତର୍ଭୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କ କ୍ଷେତ୍ରରେ ଉପୁଜିଥିବା ଅସଂଗତି ଦୂରିକରଣ ପାଇଁ ଚାକିରି ସର୍ତ୍ତାବଳୀ ଅନୁଯାୟୀ ପଦୋନ୍ନତି, ପେନସନ ଓ କ୍ୟାଡ଼ରରେ ଅନ୍ତର୍ଭୁକ୍ତ କରିବାକୁ ଆଜି କଳାହାଣ୍ଡି ଜିଲ୍ଲା ୪୮୮ ବର୍ଗ ର ଅଧ୍ୟାପକ ଓ କର୍ମଚାରୀମାନେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଉପରୋକ୍ତ ପ୍ରସଙ୍ଗ ନେଇ ଆଗାମୀ ବିଧାନସଭା ଅଧିବେଶନରେ ପ୍ରଶ୍ନ ଉପସ୍ଥାପନ କରି ଦାବି ପୂରଣ ପାଇଁ ଉଦ୍ୟମ କରିବାକୁ ନିବେଦନ କରିଛନ୍ତି।

ସଂଘର ଅବିଭକ୍ତ କଳାହାଣ୍ଡି-ନୂଆପଡ଼ା ଦ୍ବୟ ଜିଲ୍ଲା ସଭାପତି ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ବରେ ଅଧ୍ୟାପକ ଶିବରାମ ମିଶ୍ର, ପ୍ରବୀର କୁମାର ରାୟ , ଶାନ୍ତନୁ କୁମାର ପରିଡ଼ା, ସନ୍ଦୀପ କୁମାର କାନୁନଗୋ, ଦିଲ୍ଲିପ କୁମାର ସ୍ବାଇଁ, ଅରୁଣ କୁମାର ସାହୁ,ଗୁରୁଦେବ ମଙ୍ଗରାଜ ଓ କୁର୍ତ୍ତିବାସ ନାଏକ ପ୍ରମୁଖ ବିଧାୟକଙ୍କ ଧର୍ମଗଡ଼ସ୍ଥିତ ବାସ ଭବନରେ ଭେଟି ତାଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଏପରି ଏକ ସମ୍ବେଦନଶୀଳ ବିଷୟକୁ ବିଧାୟକ ଗମ୍ଭୀରତାର ସହ ଗ୍ରହଣ କରି ଆଗାମୀ ବିଧାନସଭା ଅଧିବେଶନରେ ଏ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.