ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ପରିସରରେ ବି.ଡି.ଓ ମନୋଜ କୁମାର ନାୟକ ଏବଂ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ସମାଜସେଵୀ ନିର୍ମଳ ଚନ୍ଦ୍ର ସାହୁ, ମୁଖ୍ୟ ଯନ୍ତ୍ରୀ ନାଗଭୂଷଣ ଯାଦବ, ଅନ୍ୟାନ୍ୟ ଯନ୍ତ୍ରୀଙ୍କ ସହିତ ବ୍ଲକ ର ସମସ୍ତ ଷ୍ଟାଫ ଅଙ୍ଗନବାଡି କର୍ମୀ, ଏମ.ବି.କେ ଓ ସି ଆରପି ଙ୍କ ସହିତ ବିପିସି ରଜତ କୁମାର ବେହେରା ସିଡିପିଓ ଲଳିତ ମଲ୍ଲିକ, ଜଗତ ପଣ୍ଡା, ଏ ଏନ ଏମ ରମେଶ୍ୱରୀ ପାତ୍ରଙ୍କ ଉପସ୍ଥିତି ରେ ପିଙ୍କି ବେହେରାଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା | ଏବଂ ସମସ୍ତେ ରାଲିରେ ବ୍ଲକ ଅଫିସ ଠାରୁ ମିଶନ ଶକ୍ତି ଗୃହ ପର୍ଯ୍ୟନ୍ତ ଯାଇ ଆସିଥିଲେ | ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ଏଏନଏମ ରାମଶ୍ବରୀ ପାତ୍ର ଓ ଦୁଈ ଅଙ୍ଗନୱାଡି ଶିଶୁଙ୍କୁ ସିଲ ଦେଇ ବିଡ଼ିଓ, ଅଧକ୍ଷା ଓ ନିର୍ମଳ ଚନ୍ଦ୍ର ସାହୁ, ସରୋଜ ସାବତ ସମ୍ବର୍ଦ୍ଧିତ କରିଥିଲେ | ଏହା ସହିତ ୨୬ ଗୋଟି ପଞ୍ଚାୟତ କେନ୍ଦ୍ର ରେ ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡ ମେମ୍ବର ମାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥିଲେ | ଏହା ସହିତ ପଞ୍ଚାୟତରେ ଥିବା ସରକାରୀ ବେସରକାରୀ ସ୍କୁଲ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା |
ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଯନ୍ତ୍ରୀ ଶ୍ରୀମତୀ ସୋନିଆ ପ୍ରଧାନ, ୱାର୍ଜ ସରକାର ପର୍ଶୁ ରାମ ଗୌଡ଼ ଙ୍କ ଉପସ୍ଥିତି ରେ ପତାକା ଉତ୍ତୋଳନ କରାଯାଇଥିଲା |ଫାୟାର ଷ୍ଟେସନ, ଅବକାରୀବିଭାଗ, ଜନସ୍ଵାସ୍ତ୍ୟ, ଫରେଷ୍ଟ ବିଭାଗ, ହିନ୍ଦୀ ପ୍ରଚାର ସଭା,ମେଡିକାଲ, ବିଜ୍ଞାପିତ ଅଫିସ ରେ ଅଧକ୍ଷା ପ୍ରିୟଙ୍କା ଗୌଡ଼, ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା , ସମସ୍ତ ଷ୍ଟାଫ, କାଉନ ସିଲର ମାନେ ସହର ପରିଭ୍ରମଣ କରି ପତାକା ଉତ୍ତୋଳନ କରିଥିଲେ | ସେହିପରି ପୋଷ୍ଟାଲ, ଇଲେକ୍ଟ୍ରି ଅଫିସ,ସବରେଜିଷ୍ଟ୍ରିଅଫିସ ଉଠାଜଳସେଚଅଫିସ , ଜଳ ସେଚନ ବିଭାଗ,ପୋଲିସ ଥାନା,ଏସ୍ଡ଼ିପିଓ, ଏଲ ଆଇ ସି ଅଫିସ, ବିଭିନ୍ନ ବ୍ୟାଙ୍କ, ଓ ତହସିଲଅଫିସିରେ ମଧ୍ୟ ତହସିଲଦାର ଲୋପା ମୁଦ୍ରା ରଥ ଓଷ୍ଟାଫ ଙ୍କ ଦ୍ୱାରା ପତାକା ଉତୋଳନ କରାଯାଇ ଥିଲା | ସେହିପରି କୋର୍ଟ ର ଜର୍ଜ ଶରତ କୁମାର ସାହୁ ଓ ଶ୍ରୀମତୀ ପୂଜା ପ୍ରିୟଦର୍ଶିନୀ ପତି ଙ୍କ ଦ୍ଵାରା ପତାକା ଉତ୍ତୋଳନକରାଯାଇଥିଲା, ଓକିଲ ସଂଘ ଅଫିସ ରେ ମଧ୍ୟ ଦୁଇ ଜର୍ଜଙ୍କ ସହ ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସମସ୍ତ ଓକିଲ ଙ୍କ ଉପସ୍ଥିତିରେ ଓକିଲ ସଙ୍ଘର ସଭାପତି ସ୍ୱରାଜ୍ୟ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା | ଏଥି ସହିତ ସହରରେ ଥିବା ସମସ୍ତ ସରକାରୀ ସ୍କୁଲ,ତାରା ତାରିଣୀ ମହାବିଦ୍ୟାଳୟ ର ଅଧକ୍ଷ ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡା, କଲେଜ ସଭାପତି ବାସୁଦେବମହାପାତ୍ର, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଷ୍ଟାଫ ଓ ୱାଇ ଆରସିସି ତଥା ରେଡ଼କ୍ରସ ର ସଂଯୋଜଜ ମୋହନ ନାଇଡୁ ଏବଂ ଛାତ୍ର ଛାତ୍ରୀଙ୍କ ଉପସ୍ଥିତି ରେ ପତାକା ଉତୋଳନ କରିଥିଲେ | ଭାଟକୁମରଡା ସ୍ଥିତ ବାସୁଦେବ ସେଠୀ ବିଜ୍ଞାନମହାବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, ସରକାରୀ ଶିଳ୍ପକେନ୍ଦ୍ର ,ଏବଂଏନଏ ସିରେ ଥିବା ବେସରକାରୀ ସ୍କୁଲ ଗୁଡିକ ଯଥା ସରସ୍ବତୀ ଶିଶୁ ମନ୍ଦିର, ଶାଶ୍ଵସ ଶିଶୁ ମନ୍ଦିର, ଅକ୍ସଫୋର୍ଡବିଦ୍ୟାଳୟ, ଗୁରୁଦେବ କୋଚିଂ ସେଣ୍ଟର, କନକା ଅଟୋ ୟୁନିୟନ, ଶ୍ରୀରାମ ଆଦର୍ଶ ଶିକ୍ଷାନିକେତନ ର ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା ଙ୍କ ଦ୍ଵାରା ଅବସର ପ୍ରାପ୍ତ ସେନା ଅଧିକାରୀ ଶ୍ରୀ ଯୁକ୍ତ ନାରାୟଣ ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା | ୧୪ ନମ୍ବର ୱାର୍ଡ ରେ ଥିବା ସନ ସାଇନ ଇଂଲିଶ ମିଡିୟମ ସ୍କୁଲ ର ସଭାପତି ତଥା ବରିଷ୍ଟ ଶିକ୍ଷବିତ ଶ୍ରୀ ପ୍ରଫୁଲ୍ଲ କୁମାର ରଥ, ଅଧ୍ୟକ୍ଷ ସୁନୀଲ କୁମାର ମହାନ୍ତି ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଏବଂ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ ପତାକାଉତ୍ତୋଳନକରାଯାଇ ଥିଲା | ସେହି ସ୍କୁଲ ରେ ମଧ୍ୟ ଦେଶମାତୃକାର ସେବା କରିଥିବା ସେନା ବାହିନୀର ଅବସର ପ୍ରାପ୍ତ ସୈନିକ ଶ୍ରୀ ଜଗନ୍ନାଥ ବେହେରା ଙ୍କୁ ଉପଢୌକନ ଦେଇ ସଭାପତି ସମ୍ମାନିତ କରିଥିଲେ | ଏହାସହ ଡ୍ରିମ କ୍ରାଫ୍ଟ ସ୍କୁଲ, ଶିବାନନ୍ଦ କୋଚିଂ ସେଣ୍ଟର, ପାଢ଼ୀ ଟ୍ୟୁଟୋରିଆଲ ପ୍ରଭୁତି ଅନୁଷ୍ଠାନ ରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା | ଓ ଆଜିର ଏହି ପବିତ୍ର ୭୮ତମ ସ୍ୱାଧୀନ ତାକୁ ପିଲାଠାରୁ ବୁଢ଼ା ଏବଂ ମହିଳା ଠାରୁ ବୃଦ୍ଧା ମାନେ ଆନନ୍ଦ ରେ ପାଳନ କରିଥିଲେ |