ଭକ୍ତିର ବାସ୍ନାରେ ବିଭୋର୍ କଲା ସୁର୍ ମହକ୍

ଭବାନୀପାଟଣାରେ ଶ୍ରୀଜଗନ୍ନାଥ ଭଜନଧାରା

କଳାହାଣ୍ଡି,୭/୭: ପବିତ୍ର ରଥଯାତ୍ରା ଉପଲକ୍ଷେ ଭବାନୀପାଟଣା ମାଉସୀମା’ ମନ୍ଦିର ପରିସରରେ ଆୟୋଜିତ ହେଉଛି ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଶ୍ରୀଜଗନ୍ନାଥ ଭଜନଧାରା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ତଥା ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶନିବାର ସନ୍ଧ୍ୟାରେ ‘ସୁର୍ ମହକ୍’ ପକ୍ଷରୁ ଭଜନ ପରିବେଷଣ କରଯାଇଥିଲା।

Udyog Nursery
Udyogi Nursery

ଏଥିରେ କଳାହାଣ୍ଡି ଆଂଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ ଡ. ଅଜୟ ମିଶ୍ର, ସାମାଜିକ କର୍ମୀ ତଥା ବିଶିଷ୍ଟ ଉଦଘୋଷକ ଭାନୁପ୍ରକାଶ ରଥ ଓ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ର ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା ସମ୍ମାନିତ ଅତିଥି ଭାବେ ମଂଚରେ ଉପସ୍ଥିତ ଥିଲେ।

ବେତାର ଉପସ୍ଥାପିକା ସାବିତ୍ରୀ ମହାରଣା ଏବଂ ବେତାର ଉପସ୍ଥାପକ ତଥା ଯୁବଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମଂଚ ପରିଚାଳନା କରି ଉପସ୍ଥିତ ଦର୍ଶକଙ୍କୁ ଭକ୍ତି ଭାବନାରେ ବାନ୍ଧି ରଖିଥିଲେ।

‘ସୁର୍ ମହକ୍’ର ପରିଚାଳକ ତଥା କଣ୍ଠଶିଳ୍ପୀ ନୀଳାଂଚଳ ପାନ୍, ଶେଖର ଜେନା, ଭାଗିରଥି ନାୟକ, ବୀରେନ୍ଦ୍ର କୁମାର ରାଉତ, ନମିତା ମିଶ୍ର, ରୁବି ମହାନ୍ତି, ଲିପ୍ସାରାଣୀ ମହାରଣା ଓ ସୁକନ୍ୟା ଦାସ ଭଜନ ପରିବେଷଣ କରିଥିଲେ।

ବାଦ୍ୟଯନ୍ତ୍ରରେ ଆର୍. ନିରଂଜନ, ଶଙ୍କର, ସୁରେଶ, କାହ୍ନା, ବିନୟ, ଲିଟୁ, ଅସିତ ପ୍ରମୁଖ ସହଯୋଗ କରିଥିବାବେଳେ ସାଉଣ୍ଡରେ ସହଯୋଗ କରିଥିଲେ ମାନଭଞ୍ଜନ ମିଶ୍ର।

ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ଭକ୍ତିର ବାସ୍ନାରେ ବିଭୋର୍ ହୋଇଥିଲେ।

ଏଠି କ୍ଲିକ୍ କରି ୨୪x୭ ଖବର ଓ ବିଚାର ଏଲର୍ଟ ପାଆନ୍ତୁ ହ୍ଵାଟ୍ସଆପରେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.