ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲାର ସାହିତ୍ଯ ସଂସ୍କୃତି ସଂପନ୍ନ ସିନାପାଲି ଠାରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପୂର୍ଣ୍ଣ ଅବୟବ ବିଶିଷ୍ଟ ପ୍ରତିମୂର୍ତ୍ତି ଶନିବାର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଅଧ୍ଯକ୍ଷା ମାଧୁରୀ ମାଝୀ, ତହସିଲଦାର ଉପାଞ୍ଜଳି ମାଝୀ, ନିଖିଲ ଓଡ଼ିଶା ମେହେର ସମାଜ ସଭାପତି ବୈଶମ୍ପାୟନ ମେହେର, ନାଗରିକ କମିଟୀ ଅଧ୍ଯକ୍ଷ ଡମ୍ବରୁଧର ମେହେର, ଯୁବନେତା ସୁବ୍ରତ ଠାକୁର, ପ୍ରିୟ ରଞ୍ଜନ ମେହେର, ଲଳିତ କୁମାର ସୁନାରୀ, ଗଙ୍ଗାଧର ସାରସ୍ୱତ ସମିତି ସଭାପତି ବୈଷ୍ଣବ ମେହେର ପ୍ରମୁଖ ନିଜ ବକ୍ତବ୍ଯ ମାଧ୍ଯମରେ ଆଜି ସିନାପାଲି ପାଇଁ ଗୌରବର ଦିବସ ବୋଲି କହିଥିଲେ।
ଅନ୍ଯମାନଙ୍କ ମଧ୍ଯରେ ପୂର୍ବତନ ବ୍ଲକ ଅଧ୍ଯକ୍ଷ ନୀଳମଣି ମେହେର, ସରପଂଚ ସୂନୀତା ମେହେର, ଥାନାଧିକାରୀ ରଶ୍ମୀତା ପ୍ରଧାନ, ଚିନ୍ତାମଣି ସାହୁ, ମୁରଳୀଧର ସା, ନାରାୟଣ ପାତ୍ର, ଗୋଳାମଣି ସା, ନନ୍ଦକୁମାର ପାତ୍ର, ଅରିଗଞ୍ଜନ ଯୋଷୀ, ଚଂଦ୍ରଶେଖର ମେହେର, ମାର୍କଣ୍ତ ଗହୀର, ନରହରୀ ମେହେର, ତପନ ସା, ତୁଳସୀରାମ ମେହେର, ଖୁଟୁରାମ ସୁନାନୀ, ତ୍ରିନାଥ ମେହେର ତରୁଣ ମେହେର, ସୁରଜ ମେହେର, ବୁଦ୍ଧଦେବ ମେହେର, ଆଲୋକ ମେହେର, ପ୍ରଭାତ ମେହେର, ବେଣୁଧର ମେହେର ପ୍ରମୁଖ ଉପସ୍ଥିତ ଥିଲେ।
ପୂର୍ବତନ ଜିଲ୍ଲାପରିଷଦ ପ୍ରିୟ ରଞ୍ଜନ ମେହେରଙ୍କ ଉଦ୍ଯମ ଓ ଅଂଚଳର ଗଙ୍ଗାଧର ପ୍ରେମୀଙ୍କ ସହଯୋଗରେ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଥିବା ଜଣାପଡ଼ିଛି। ପ୍ରାରମ୍ଭରେ ରୂପେଶ ଚନ୍ଦ୍ର ମେହେର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଶେଷରେ ଶିବ ପ୍ରସାଦ ମେହେର ଧନ୍ଯବାଦ ଦେଇଥିଲେ।