୧୦ ତାରିଖ ନୂଆଖାଇ ଛୁଟି ଘୋଷଣା ପାଇଁ ରାଜସ୍ବ ଅମଲା ସଂଘ ପକ୍ଷରୁ ଦାବୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ ତରଫରୁ ୯ ସେପ୍ଟେମ୍ବରକୁ ପତ୍ର ସଂଖ୍ୟା ୨୯୨୨୯/ ୨୯ ଅଗଷ୍ଟ ୨୦୨୪ ଯୋଗେ ନୂଆଖାଇ ନିମନ୍ତେ ଛୁଟି ଘୋଷଣା କରିଛନ୍ତି। ମାତ୍ର ପୂର୍ବରୁ ନୂଆଖାଇ ପରଦିନ ଅର୍ଥାତ ୯ ତାରିଖକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସମ୍ବଲପୁର ତାଙ୍କ ପତ୍ର ସଂଖ୍ୟା ୧୨୪୫୧/ ୧୪ ଡିସେମ୍ବର ୨୦୨୩ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ନିମନ୍ତେ ସ୍ଥାନୀୟ ଛୁଟି ଘୋଷଣା କରିଥିଲେ। ବର୍ତ୍ତମାନ ରାଜ୍ୟ ସରକାର ୯ ତାରିଖକୁ ଛୁଟି ଘୋଷଣା କରିଥିବା ଯୋଗୁଁ ତା’ର ପରଦିନ ଅର୍ଥାତ୍ ସେପ୍ଟେମ୍ବର ୧୦ ତାରିଖକୁ ସ୍ଥାନୀୟ ଛୁଟି ଘୋଷଣା କରାଯିବା ନେଇ ଦାବୀ ହୋଇଛି।

Omkar Vasthu
Omkar Vasthu

୧୦ ରେ ଛୁଟି କରାଗଲେ ଜିଲ୍ଲାର ସରକାରୀ କର୍ମଚାରୀ ମାନେ ଉପକୃତ ହେବେ ଓ ଏହି ଅଞ୍ଚଳର ଜନସାଧାରଣ ଗଣପର୍ବ ପାଳନ ସୁବିଧାରେ କରିପାରିବେ ବୋଲି ସୁବର୍ଣ୍ଣପୁର ରାଜସ୍ବ ଅମଲା ସଂଘ ଅଧକ୍ଷ୍ୟ ଶ୍ରୀ ନୀଳାମ୍ବର ଶତପଥୀ, ସମ୍ପାଦକ ଶ୍ରୀ ବନମାଳୀ ମେହେର, କୋଷାଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ରିୟ ଦୀପ ପ୍ରମୁଖ ପ୍ରକାଶ କରିଥିବା ବେଳେ ଆସନ୍ତା ୧୦ ତାରିଖକୁ ଉପରୋକ୍ତ ଛୁଟି ବିଷୟକୁ ସହୃଦୟତାର ସହ ବିଚାର ପୂର୍ବକ ଉତ୍ତରାଞ୍ଚଳ ରାଜସ୍ବ କମିଶନର, ସମ୍ବଲପୁର ଛୁଟି ଘୋଷଣା କରିବାକୁ ନିବେଦନ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.