ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିସରସ୍ବତୀ ଶିଶୁମନ୍ଦିର, ବ୍ରଜବିହାର ଠାରେ ପବିତ୍ର ଗୁରୁଦିବସ ପାଳିତଶୁମନ୍ଦିର, ବ୍ରଜବିହାର ଠାରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ କବି ବିଭୁତି ଭୂଷଣ ଠାକୁର।
କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ଭାବରେ ପରିଚାଳିତ ହୋଇଥିଲା ଶିଶୁଙ୍କ ମାଧ୍ୟମରେ ଏବଂ ଦାୟିତ୍ୱ ନେଇଥିଲେ ସୁକାନ୍ତି ଗଉଡ଼। ଶିବାନନ୍ଦ ବାରିକ, ସୁପ୍ରଭାତି ପ୍ରଧାନ, ଇତିଶ୍ରୀ ପୁଷ୍ଟି, ନନ୍ଦିନୀ ମାଝୀ, ଶାଶ୍ୱତୀ ନାୟକ, ଲିଖିତା ମହାଖୁଡ଼, ଭାସ୍ତ୍ରୀକା ବାଗ, ଅନନ୍ୟା ମିଶ୍ର, ଅଭିଲିପ୍ସା ଗୁରୁ, ଅଭିଜିତ ପୁରୋହିତ, ଦିବ୍ୟାନ୍ସ ଦାଶ ପ୍ରମୁଖ ଭାଇଭଉଣୀମାନେ ଗୁରୁଦାୟିତ୍ୱ ନେଇ ଗୁରୁପୂଜନ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।

ସମସ୍ତ ଗୁରୁଜୀ ଗୁରୁମା ଏବଂ ସେବକ ସେବିକାଙ୍କୁ ପାରମ୍ପରିକ ଭାବରେ ପୂଜନ କରାଯାଇଥିଲା। ଗୁରୁଜୀ ଅୟସକାନ୍ତ ପତି ଏବଂ ମୁଖ୍ୟ ଅତିଥି ପବିତ୍ର ଗୁରୁଦିବସର ମୁଖ୍ୟ ଉଦ୍ଦେଶ୍ୟ ତଥା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଜୀବନ ଦର୍ଶନ ଉପରେ ବିସ୍ତୀର୍ଣ୍ଣ ଭାବରେ ଅତିଥିଙ୍କ ମାର୍ଗଦର୍ଶନ ଶିଶୁଙ୍କ ଉପରେ ବେଶ୍ ପ୍ରଭାବ ପକାଇଥିଲା।

କାର୍ଯ୍ୟକ୍ରମ ଆୟୋଜନରେ ଅନିତା ପଣ୍ଡା, ଝୁନୁଲତା ସାମନ୍ତ, ଜ୍ୟୋତି ସାମଲ ଏବଂ ଶିଶୁ ଭାଇ ଭଉଣୀମାନେ ସହଯୋଗ କରିଥିଲେ। ଧନ୍ୟବାଦ ଦେଇଥିଲେ ଭଉଣୀ ଶାଶ୍ଵତୀ ନାୟକ।





