ମଧ୍ୟାହ୍ନ ଭୋଜନ ପରଷିବା ଅବହେଳା; ଅଣ୍ଡା ତରକାରୀରେ ପଡି ଛାତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବିଦ୍ୟାଳୟର ଶିକ୍ଷକ ଓ ପାଚିକାଙ୍କ ଦାୟିତ୍ୱହୀନ କାର୍ଯ୍ୟ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିବା ଚର୍ଚ୍ଚା ଆଲୋଚନା ହେଉଛି l ସୂଚନାନୁସାରେ କୁସୁମଖୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପରଷିବା ସମୟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଦୁଲେଶ୍ୱର ବେହେରା ଅସାବଧାନତା ଯୋଗୁଁ ଗରମ ଅଣ୍ଡା ତରକାରୀରେ ପଡି ଗୁରତର ଅବସ୍ଥାରେ ବେସରକାରୀ ଡାକ୍ତରଙ୍କ ଠାରୁ ଔଷଧ ପତ୍ର ଆଣି ଚିକିତ୍ସିତ ହେଉଥିଲେ । ପରେ ପରିବାର ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣେଇବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୈତାରୀ ନାଏକ ପୀଡିତ ଛାତ୍ରକୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରୁଥିବା ଜଣା ପଡିଛି l ବିଭିନ୍ନ ସମୟରେ ଏହି ବିଦ୍ୟାଳୟରେ ନିୟୋଜିତ ଥିବା ଶିକ୍ଷକ ମାନଙ୍କ ଦାୟିତ୍ୱ ହୀନତା ଓ ଖାମଖିଆଲି ଯୋଗୁଁ ବହୁ ଅପ୍ରିତିକର ପରିସ୍ଥିତି ଓ ଅସନ୍ତୋଷ ପ୍ରକାଶ ପାଉଛି ହେଲେ ଶିକ୍ଷକ ମାନେ ରଫା ଦଫା କରି ମାମଲାକୁ ସମାଧାନ କରିଦେଉଥିବା ଅଭିଭାବକ ମାନେ କହୁଛନ୍ତି l ସ୍କୁଲରେ ପର୍ଯ୍ୟାପ୍ତ ପରିମାଣରେ ଜାଗା ଥିବା ସତ୍ୱେ ଛାତ୍ର ଛାତ୍ରୀ ଙ୍କୁ ଧାଡିରେ ଆସିବାକୁକହି କାହିଁକି ମଧ୍ୟାହ୍ନ ଭୋଜନ ପରସା ଯାଉଛି ତାହା ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଏପରି ଦାୟିତ୍ୱହୀନ ଶିକ୍ଷକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ମାନେ ଦାବୀ କରୁଛନ୍ତି l ଏନେଇ ପ୍ରଧାନ ଶିକ୍ଷକ ଦୈତାରୀ ନାଏକଙ୍କୁ ପଚାରିବାରୁ ସୁରଭି ପାଇଁ ପ୍ରସ୍ତୁତିର ବାହାନା ମାରି କଥାକୁ ଏଡ଼େଇବାକୁ ସଫେଇ ଦେଇଛନ୍ତି l ବ୍ଲକ ଶିକ୍ଷାଧିକାରିଣୀ ରଶ୍ମିତା ନେତାମଙ୍କୁ ପଚାରିବାରୁ ଏଭଳି ଘଟଣା ସମ୍ବେଦନଶୀଳ, ଶିକ୍ଷକଙ୍କ ଦାୟିତ୍ୱହୀନ ଓ ପାଚିକାଙ୍କ ଅସାବଧାନତା ଯୋଗୁଁ ଏଭଳି ଘଟଣା ଘଟିଛି, ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଆମେ ତଦନ୍ତ କରିବୁ ବୋଲି କହିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.