ନବରାତ୍ରୀ ଦୁର୍ଗାପୂଜା ପାଇଁ କଳସଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡ, ରୁପ୍ରାରୋଡ, ବାଲିପଡା ଓ ନର୍ଲାର ନବରାତ୍ରୀ ଦୁର୍ଗାପୂଜା ସବୁର କଳସ ଯାତ୍ରା ମହାଳୟା ଅମାବାସ୍ୟା ବୁଧବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ରୁପ୍ରାରୋଡ ଦୁର୍ଗାପୂଜା ପାଇଁ ସ୍ଥାନୀୟ ସାନ୍ଦୁଲ ନଦୀ, ନର୍ଲା ଦୁର୍ଗାପୂଜା ପାଇଁ ସ୍ଥାନୀୟ ପୁଷ୍କରିଣୀ ଓ ନର୍ଲାରୋଡ ନବରାତ୍ରୀ ଦୁର୍ଗାପୂଜା ପାଇଁ ଡିଗିରାପଡା ସାନ୍ଦୁଲ ଘାଟରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ନର୍ଲାରୋଡ ନବରାତ୍ରୀ ଦୁର୍ଗାପୂଜା ପାଇଁ ପୂଜା ପରିଚାଳନା କମିଟିର ସଭାପତି ତଥା ଚଲିତ ବର୍ଷ ପୂଜା କର୍ତ୍ତା ହମେଶ କୁମାର ଜୈନ ଓ ଉପସଭାପତି ବିମଲ କୁମାର କେଡିଆଙ୍କ ନେତୃତ୍ୱରେ କମିଟିର ସାଧାରଣ ସମ୍ପାଦକ ରାଜା ପରିଡା, ଯୁଗ୍ମ ସମ୍ପାଦକ ଅମର ରାଉତ, କୋଷାଧ୍ୟକ୍ଷ ବାବୁଲା ରାଉତ, ବିନାୟକ ମହନ୍ତ, ବରିଷ୍ଠ ମାର୍ଗଦର୍ଶକ ଜହରଲାଲ ବିଶ୍ୱାଳ, ରାଜୀନ ସାହୁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୁଧବାର ଅପରାହ୍ନ ୪ ଘଣ୍ଟା ସମୟରେ ସାନ୍ଦୁଲ ନଦୀ ଡିଗିରାପଡା ପଟ ନଦୀ ପଠାରେ ପୂଜା ପାଠ ଓ ରୀତି, ନୀତି ସମାପନ ପରେ ୫୦ ରୁ ଉର୍ଦ୍ଧ୍ୱ ମହିଳା ଭକ୍ତ କଳସରେ ଜଳ ଭରି କଳସ ଶୋଭାଯାତ୍ରା କରିଥିଲେ । ପୂଜା କର୍ତ୍ତା ଦମ୍ପତି ମମତା ଜୈନ ଓ ହମେଶ କୁମାର ଜୈନ ବର୍ଦ୍ଧନୀ କଳସ ମୁଣ୍ଡେଇ ଆଗରେ ଚାଲିଥିଲେ । ଘଣ୍ଟ, ଶଙ୍ଖ ଓ ସଂକୀର୍ତ୍ତନ ବାଦ୍ୟ ଓ ପଣ୍ଡିତଙ୍କ ମନ୍ତ୍ର ପାଠରେ ସର୍ଗିଗୁଡା, ନର୍ଲାରୋଡ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା । ଦୁର୍ଗା ପୂଜା ମଣ୍ଡପରେ କଳସ ସବୁ ପହଞ୍ଚିବା ପରେ ଉପସ୍ଥିତ ଜନସାଧାରଣ ଓ ଶ୍ରଦ୍ଧାଳୁ ଭକ୍ତ କଳସକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ପୂଜା ସ୍ଥଳି ଯାଏଁ ପାଛୋଟି ନେଇଥିଲେ । ପୂଜା ମଣ୍ଡପରେ କଳସ ସ୍ଥାପନା ପରେ ବିଲ୍ୱବରଣ ଓ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା । ଗୁରୁବାର ସକାଳୁ ଦୁର୍ଗାପୂଜା ବିଧିବଦ୍ଧ ଭାବରେ ଆରମ୍ଭ ହେବ ବୋଲି ଜଣାପଡିଛି । ନର୍ଲା ବିଧାୟୀକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡିଓ ରିପୁନାଥ ସୁନା, ନର୍ଲା ତହସିଲଦାର ବିଶ୍ୱନାଥ କହଁର ନବରାତ୍ରୀ ଦୁର୍ଗାପୂଜା ଅବସରରେ ନର୍ଲା ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମା ଜଗତଜ୍ଜନନୀଙ୍କ ନିକଟରେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.