ଦନ୍ତେଶ୍ବରୀ ଯୁବକ ସଂଘ ସଦସ୍ୟଙ୍କ ମହତ କାର୍ଯ୍ୟ: ରକ୍ତ ଦାନ କରି ବଞ୍ଚାଇଲେ ରୋଗୀଙ୍କ ଜୀବନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ରକ୍ତ ଦାନ ମହତ ଦାନ। ଅନ୍ୟର ଜୀବନ ପାଇଁ ନିଜ ରକ୍ତକୁ ଦେଇ ଚାଲିଛନ୍ତି ଦନ୍ତେଶ୍ବରୀ ଯୁବକ ସଂଘର ସଦସ୍ୟ ବ୍ରୁନ୍ଦ। ସୂଚନା ଅନୁସାରେ ଆଜି ଭଇଁରିପାଲି ଗ୍ରାମର ମଦନ ରାଉତ ନିଜ ସ୍ତ୍ରୀ ବୈଦେହି ରାଉତ (୨୭) ଙ୍କୁ ଅସ୍ଥିଗତ ସମସ୍ୟା ଯୋଗୁଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରକ୍ତ ୫ ପଏଣ୍ଟ ଥିବା ଯୋଗୁଁ ଚିକିତ୍ସାରେ ସମସ୍ୟା ଦେଖା ଦେଇଥିଲା। ଚିକିତ୍ସା ପାଇଁ ବି+ (ପୋଜିଟିଭ) ରକ୍ତର ଆବଶ୍ୟକତା ଥିଲା। ମଦନ ରକ୍ତ ଟିକିଏ ଯୋଗାଡ଼ କରିବା ପାଇଁ ଘୁରି ବୁଲୁଥିବା ବେଳେ ଖବର ପାଇ ସାଙ୍ଗେ ସାଙ୍ଗେ ବେହେରା ସ୍ଥିତ ଦନ୍ତେଶ୍ୱରୀ ଯୁବକ ସଂଘର ସଦସ୍ୟ ମାନେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ। ସଂଘର ସଦସ୍ୟ ତନୋଜ କୁମାର ନାଏକ (ସାହିଲ) ଉକ୍ତ ମହିଳାଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇ ଥିଲେ। ରକ୍ତ ଦାନ ସମୟରେ ଯୁବକ ସଂଘର ସଭାପତି କିରଣ କୁମାର ପାଣିଗ୍ରାହୀ, ଉପ ସଭାପତି ଅନନ୍ତ ପଟେଲ, ସମ୍ପାଦକ ଗଗନ ନାଏକ, ସହ ସମ୍ପାଦକ ଜିତ୍ ନାଏକ, କୋଷାଧ୍ୟକ୍ଷ ଟଙ୍କଧର ରଣା, ସଦସ୍ୟ ଭାଗିରଥି ପଟେଲ, ବିରନ ନାଏକ, କ୍ଷୀରୋଦ ନାଏକ, ଦିଲୀପ ପଟେଲ, ରଶ୍ମୀ ନାଏକ, ହୁକିମ୍ ବିଶି, ରିଙ୍କୁ ବିଶି, ବୀର ଗୋପାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଯୁବକ ସଂଘର ଏପରି ଏକ ମହତ୍ କାର୍ଯ୍ୟକୁ ମହିଳାଙ୍କ ପରିବାର ସହିତ ବିଭିନ୍ନ ମହଲରୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.