ସୋନପୁର ଜିଲ୍ଲା ବସ ମାଲିକ ସଂଘ ଗଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ହୋଟେଲ ମୁନ ଠାରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବ ସମ୍ମତ୍ତି କ୍ରମେ ସଭାପତି ଭାବରେ ଦୀପକ କୁମାର ମହାପାତ୍ର, ଉପ ସଭାପତି ଦେବ ରଞ୍ଜନ ତ୍ରିପାଠୀ, ସଂପାଦକ ଭାବେ ସୁଦର୍ଶନ ପଣ୍ଡା, ସହ ସମ୍ପାଦକ ଭାସ୍କର ବାବୁ ଶ୍ରଦ୍ଧାକର ଦାଶ ଓ କୋଷାଧ୍ୟକ୍ଷ ଭାବରେ ଯୋଗେନ୍ଦ୍ର ହୋତାଙ୍କୁ ଚୟନ କରାଯାଇଥିଲା। ସେହିପରି ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ବରିଷ୍ଠ ସଦସ୍ୟ ପୁରୁଷୋତ୍ତମ ପାଣିଗ୍ରାହୀ, ସୁରେନ୍ଦ୍ର ପତି, ସଞ୍ଜୀବ ସାହୁ, ଯୋଗେଶ୍ୱର ହୋତା, ପ୍ରଦୀପ କୁମାର ହୋତାଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା। ଅନୁଷ୍ଠିତ ଚୟନ ପ୍ରକିୟା ସଂଘ ର ବରିଷ୍ଠ ସଦସ୍ୟ ପୁରୁଷୋତ୍ତମ ପାଣିଗ୍ରାହୀଙ୍କ ସଭାପତିତ୍ବରେ ହୋଇଥିବା ବେଳେ ରେ ସୋନପୁର ସହର ର ସମସ୍ତ ବସ୍ ମାଲିକଙ୍କ ସମେତ ବିନିକା ରୁ ୟାକୁବ ଖାନ, ସତ୍ୟ ମେହେର, ପ୍ରଦୀପ ହୋତା, ସଞ୍ଜୀବ ସାହୁ, ବୀରମହାରାଜପୁର ବ୍ଲକରୁ ସୁରେନ୍ଦ୍ର ପତିଙ୍କ ସମେତ ସୋନପୁରର ସୁନିଲ ମେହେର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି ସଭାରେ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଶେଷରେ ସଞ୍ଜୟ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ନୂତନ ସଭାପତି ହେବା ପରେ ଦୀପକ କୁମାର ମହାପାତ୍ର ଙ୍କ ସହ ସମସ୍ତ ପଦାଧିକାରୀ ମା ସୁରେଶ୍ଵରୀ ଙ୍କ ଦର୍ଶନ କରି ଆଶିର୍ବାଦ ନେବା ସହ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ଅନେକ ଷ୍ଟଲ୍, ପୁରୁଣା ଟାଉନ୍ ହଲ୍ ବହୁ ଦିନ ହେବ ଭଙ୍ଗା ଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇ ନ ଥିବାରୁ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ସରକାର ତଥା ସ୍ଥାନୀୟ ପ୍ରଶାସନ ଏ ଦିଗରେ ତୁରନ୍ତ ନିଷ୍ପତ୍ତି ନେଇ ନୂତନ ବସ୍ ଷ୍ଟାଣ୍ଡ ତିଆରି କରିବାକୁ ଅନୁରୋଧ ରଖିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.