ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତାରାତାରିଣୀ ମହାବିଦ୍ୟାଳୟ ତରଫରୁ ଭିଜିଲାନ୍ସ ଆୱାରନେସ ସପ୍ତାହ ପାଳନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ରନାଥ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଲାଞ୍ଚ ନଦେବା ଓ ଲାଞ୍ଚ ନନେବା ପାଇଁ ଶପଥ ପାଠ କରାଯାଇଥିଲା। ସମସ୍ତ ଛାତ୍ର, ଛାତ୍ରୀ ମାନେ ମଧ୍ୟ ଜୀବନ ରେ ଯେକୌଣସି କର୍ମ ସଂସ୍ଥା ରେ ନିଯୁକ୍ତିହେଲେ ମଧ୍ୟ ଏହାକୁ ସବୁବେଳେ ଅକ୍ଷରେ, ଅକ୍ଷରେ ପାଳନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମଧ୍ୟ ଶପଥ ପାଠରେ ଅଂଶ ଗ୍ରହଣ କରିଥିଲେ।