କଳିଙ୍ଗ ମିଡ଼ିଆ ସର୍ଭିସେସର ୧୪ତମ ସମାବର୍ତ୍ତନ ଉତ୍ସବ : ସନ୍ତୋଷ ସିଂଦେଓ ପାଇଲେ କଳିଙ୍ଗ ମିଡ଼ିଆ ସମ୍ମାନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ଶନିବାର ଭୁବନେଶ୍ୱର ସ୍ଥିତ ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ପରିସରରେ କଳିଙ୍ଗ ମିଡ଼ିଆ ସର୍ଭିସେସର ୧୪ତମ ବ୍ୟାଚ ସମାବର୍ତ୍ତନ ଏବଂ କଳିଙ୍ଗ ମିଡ଼ିଆ ସମ୍ମାନ ସମର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବର୍ଷିଆନ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗଦେଇଥିଲେ।

Omkar Vasthu
Omkar Vasthu

ମୁଖ୍ୟବକ୍ତା ଭାବେ ଖ୍ୟାତନାମା ସାମ୍ବାଦିକ ଶ୍ରୀରାମ ଦାସ ଓ ସମ୍ମାନିତ ଅତିଥି ଭାବେ ଦୈନିକ ଖବରକାଗଜ ‘ପ୍ରତିଦିନ’ର ସମ୍ପାଦକ ସୁଧୀର ପଣ୍ଡା, ବରିଷ୍ଠ ସାମ୍ବାଦିକ ବାପି ମିଶ୍ର, ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ଆଇନଜୀବି ଗୋକୁଳାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କଳିଙ୍ଗ ମିଡ଼ିଆର ନିର୍ଦ୍ଦେଶକ ତଥା ସମ୍ପାଦକ ଡ. ମହେଶ୍ବର ଅତିଥିଙ୍କ ପରିଚୟ ଦେବା ସହ ସଭା ସଂଯୋଜନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସନ୍ତୋଷ ସିଂଦେଓଙ୍କୁ କଳିଙ୍ଗ ମିଡ଼ିଆ ସମ୍ମାନରେ ସମ୍ମାନିତ କରାଯାଇଥିଲା। ‘ପ୍ରମେୟ’ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଶ୍ରୀ ସିଂଦେଓ ଜଣେ ନିର୍ଭିକ ନିରପେକ୍ଷ ସାମ୍ବାଦିକ ଭାବେ ସୁପରିଚିତ। ସମ୍ବାଦ ପରିବେଷଣ କରି ସାଧାରଣ ଜନତାଙ୍କ ସ୍ବରକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚେଇବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରି ଆସୁଛନ୍ତି।

କାର୍ଯ୍ୟକ୍ରମରେ ଗଣମାଧ୍ୟମର ଭୂମିକା ଓ ସାମ୍ବାଦିକର କାର୍ଯ୍ୟଶୈଳୀ ଉପରେ କର୍ମଶାଳା ହୋଇଥିଲା। କଳିଙ୍ଗ ମିଡ଼ିଆର ସମସ୍ତ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରାଯାଇଥିଲା। ଏହା ବ୍ୟତୀତ କଳିଙ୍ଗ ମିଡ଼ିଆରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରି ସାମ୍ବାଦିକତା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଉତ୍ସାହିତ କରାଯାଇଥିଲା। ଏଥିରେ ଓଡିଶାର ୭୦ ଜଣ ସାମ୍ବାଦିକ ଯୋଗ ଦେଇଥିଲେ। ଶେଷରେ ବିନତୀ ନାୟକ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.