ନର୍ଲାରୋଡ ଶିବ ମନ୍ଦିରରେ ଅମୃତଧାରା ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ନର୍ଲାରୋଡ ଶ୍ରୀ ଶ୍ରୀ ନୀଳ କଣ୍ଠେଶ୍ୱର ଶିବ ମନ୍ଦିର ପରିସରରେ ଏକ ଫ୍ରିଜର ଯୁକ୍ତ ଥଣ୍ଡା ପାନୀୟଜଳ ଅମୃତ ଧାରା ଉଦ୍ଘାଟିତ ହୋଇଯାଇଛି। ସର୍ଗିଗୁଡା ଗ୍ରାମ ପଞ୍ଚାୟତ ତରଫରୁ ନିର୍ମିତ ଉକ୍ତ ଅମୃତ ଧାରା ପ୍ରକଳ୍ପକୁ ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆଙ୍କ ଉପସ୍ଥିତିରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ପୂଜାପାଠ କରି, ନାରୀକେଳ ଭାଙ୍ଗି ଉଦ୍ଘାଟନ କରିଥିଲେ। ଶିବ ମନ୍ଦିର ପୂଜକ ନୃସିଂହ ଚରଣ ପାଢ଼ୀ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ। ମୂଖ୍ୟ ଅତିଥି ପ୍ରଥମ କରି ଅମୃତ ଧାରାରୁ ପାଣି ପିଇଥିଲେ। ଇତ୍ୟବସରରେ ସର୍ଗୀଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ନାଏବ ସରପଞ୍ଚ ସୁମିତ୍ରା ଓଝା, ୱାର୍ଡ ସଭ୍ୟ/ସଭ୍ୟା ଅକ୍ରୁର ପୁଟେଲ, ସଞ୍ଜୁ ମାଝୀ, ଠାକୁର ମାଝୀ, ସନ୍ତୋଷ ଥାପା, ଥବିର ମହାନନ୍ଦ, କମଳିନୀ ମାଝୀ, ସରୋଜିନୀ ସେଠୀ, କାନ୍ତି ବାରିକ, ପ୍ରେମଶିଳା କୁମାର, ଗାୟତ୍ରୀ ମାହାର, ରୁକ୍ମଣୀ ଗୌଡ, ସୂର୍ଯ୍ୟକାନ୍ତୀ ମାଝୀ, ମନ୍ଦିର କମିଟିର ବରିଷ୍ଠ ସଦସ୍ୟ ପରମା ବୁଦ୍ଧିଆ, ରମେଶ ମହାରଣା, ନନ୍ଦ ଜେନା, ରମେଶ ମହାରଣା, ଅମର ରାଉତ, ବିନାୟକ ମହନ୍ତ, ଟୁଲୁ ଓଝା, ନରସିଂହ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ନର୍ଲା ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନ୍ତି, ତାଙ୍କ ସହଯୋଗୀ ଟିକେଲାଲ ସାହୁ ଙ୍କ ସମେତ କମିଟି ସଦସ୍ୟ ଓ ଉପସ୍ଥିତ ଜନ ସାଧାରଣ କାର୍ତ୍ତିକ ପୂର୍ଣିମା ରେ ଶିବ ମନ୍ଦିରରେ ସାମୁହିକ ହବିଶ୍ୟ ପ୍ରସାଦ ସେବନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.