ଯୋରାଡବରା ହରଗୌରୀ ଯୁବକ ସଂଘ ପକ୍ଷରୁ ବିପ୍ଲବୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ “ମୋ ଭାରତ” କଳାହାଣ୍ଡି ଶାଖା ତରଫରୁ ଆଜି ଶୁକ୍ରବାର କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ଯୁବକ ସଂଘ ତରଫରୁ ବିପ୍ଲବୀ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ପ୍ରଥମେ ତାଙ୍କ ପ୍ରତିଛବି ଉପରେ ପୂଜା ଅର୍ଚ୍ଚନା କରି ପରେ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶେଷରେ ବିର୍ସା ମୁଣ୍ଡାଙ୍କ ନାମରେ ଗୋଟିଏ ବୃକ୍ଷ ରୋପଣ କରାଯାଇଥିଲା। ଭାରତର ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ବ୍ରିଟିଶ କବଳରୁ ଭାରତକୁ ମୁକ୍ତ କରିବା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିବା ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ଅବଦାନ ଅବିସ୍ମରଣୀୟ। ମାତ୍ର ୨୫ ବର୍ଷ ବୟସରେ ସେ ଆଦିବାସୀଙ୍କ ଅଧିକାର ତଥା ଦେଶର ସ୍ୱାଧୀନତା ପାଇଁ ବିଦ୍ରୋହ କରି ଶେଷରେ ସହିଦ ହୋଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆଦିବାସୀ ସମାଜର ପ୍ରମୁଖ ନେତୃତ୍ବ ସୁଶାନ୍ତ ଜାନୀ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ଡ଼କ୍ଟର ଅଜିତ କୁମାର ବେହେରା ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଧନେଶ୍ୱର ସାହୁ, ଅଧ୍ୟାପକ ସୁଶାନ୍ତ ସୁନା ପ୍ରମୁଖ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କ ଦେଶ ପ୍ରତି ବଳିଦାନ ବିଷୟରେ ମାର୍ଗଦର୍ଶନ ଦେଇଥିଲେ।ହରଗୌରୀ ଯୁବକ ସଂଘର ସଭାପତି ଯୁଗେଶ ଜାନୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନିରୁଦ୍ଧ ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ସମ୍ପାଦକ ତୀର୍ଥରାଜ ବନଛୋର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କୁମାରୀ ଦୁଶ୍ମିତା ସାହୁ ଓ କୁମାରୀ ଯାଜ୍ଞସେନୀ ସାହୁ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଚନ୍ଦନ ଦେଇ ସ୍ୱାଗତ ଜଣାଇଥିଲେ। ଯୁଗଳ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ହରଗୌରୀ ଯୁବକ ସଂଘର ସାଂସ୍କୃତିକ ସମ୍ପାଦକ ଭ୍ରମର ଜାନୀ, ହୃଦାନନ୍ଦ ସାହୁ, ଯଶୋବନ୍ତ ସାହୁ ସମେତ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ମାନଙ୍କୁ ସରୋଜ ସୁନା ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.