କାଉଗୁଡାଠାରେ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଓ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତର ସ୍ଵାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଓ ସ୍ବତନ୍ତ୍ର ଗ୍ରାମସଭା ଲାଞ୍ଜିଗଡ଼ ବ୍ଲକର ବିଭନ୍ନ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଓ ଜନଜାତି ଗୌରବ ଦିବସ ପାଳନ ଏବଂ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ସ୍ଥିତ କାଉଗୁଡ଼ା ଠାରେ। ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ବତନ୍ତ୍ର ଗ୍ରାମସଭାରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ବଜାର ନିରୀକ୍ଷକ ଦିଳିପ କୁମାର ନାୟକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ନାଏବ ସରପଞ୍ଚ ଅନଙ୍ଗ ମାଝୀ,କାଉଗୁଡା ଓ୍ବାଡସଭ୍ୟା ପଦ୍ମା ଶବର ଯୁବ ସାମ୍ବାଦିକ ନିଲେଶ କୁମାର ନାଗ,ଗୋପାଳ ଦାସ ମହାନନ୍ଦ ପ୍ରମୁଖ ଯୋଗଦେଇ ଥିଲେ। ଏଥିରେ କାଉଗୁଡା ଗାଁର ବରିଷ୍ଠ ନାଗରିକ ଶିବରାମ ଶବର,ଲଳିତା ଶବର,ଜାଙ୍ଗରୀ ମାଝୀ,ଗିରିଧାରୀ ରଣା ଓ ଜଣେ ଉଦୟ ମାନ ଯୁବକ ଶେଖର ସୁମନ ଦାସଙ୍କୁ ସମ୍ମାନିତ କରାଯାଇଥିଲା।ସମସ୍ତ ଅତିଥି ବିର୍ସା ମୁଣ୍ଡାଙ୍କ ଓ ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ର ପୁଷ୍ପ ମାଳ୍ୟ ଅର୍ପଣ କରି ମହାପୁରୁଷ ମାନଙ୍କ ବଳିଦାନ ଉପରେ ଆଲୋକପାତ କରିଥିବା ବେଳେ ନିଶାନିବାରଣ ଓ ପରିବେଶ ସ୍ବଚ୍ଛତା ଉପରେ ଉପସ୍ଥିତ ସମସ୍ତେ ଏକ ଶପଥ ଗ୍ରହଣ କରିଥିଲେ। ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରି ସମସ୍ତଙ୍କୁ ବିଭିନ୍ନ ଯୋଜନା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଡମ୍ବରୁଧର ସେନାପତିଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଏନ୍ଏମ୍, ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ, ଏମବିକେ,ସିଆରପି ଏବଂ କାଉଗୁଡ଼ା ଗ୍ରାମବାସୀ ଉପସ୍ଥିତ ରହିଥିବା ବେଳେ ଏଡିଇଓ ସୁରେନ୍ଦ୍ର ସେଠିଙ୍କ ନେତୃତ୍ୱରେ ଗାଁସାଥୀ ମାନେ ସହଯୋଗ କରିଥିଲେ। ଏଥିରେ ଶ୍ରୀ ସେନାପତି ସଭା ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.