ସମାପନ ହେଲା ଆଶିର୍ବାଦଜୀ ମହାରାଜଙ୍କ ଦ୍ବାରା ଡିକେ ରାଇସ୍ ମିଲ୍ ନୁନମାଟ୍ ଠାରେ ଚାଲିଥିବା ଶ୍ରୀମଦ୍ ଭାଗବତ କଥାମୃତ 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: ଓଡ଼ିଶାର ବିଶିଷ୍ଟ କଥାବାଚକ ଆଶିର୍ବାଦଜୀ ମହାରାଜଙ୍କ ଦ୍ବାରା ଡିକେ ରାଇସ୍ ମିଲ୍ ନୁନମାଟ୍ ଠାରେ ଚାଲିଥିବା ଶ୍ରୀମଦ୍ ଭଗବତ କଥାମୃତ ଶନିବାର ଦିନ ଉଦ୍ୟାପିତ ହୋଇଯାଇଛି। ନଭେମ୍ୱର ୧୦ ରୁ ୧୬  ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ନୁନମାଟ ଠାରେ ଚାଲିଥିଲା ଏହି ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ। ମଦନଲାଲ ଏଣ୍ଡ ସନସ ଓ ରାଜକୁମାର, ସଞ୍ଜୟ ଏବଂ ଆଶିଷ ଏହି କାର୍ଯ୍ୟକ୍ରମର ଆୟୋଜକ ରହିଥିଲେ। ନୁନମାଟ ସ୍ଥିତ ଡିକେ ରାଇସ୍ ମିଲ୍ ପରିସରରେ ଶ୍ରୀମଦ୍ ଭଗବତ କଥାମୃତ ପ୍ରତହ୍ୟ ଅପରାହ୍ନ ୩ଘଣ୍ଟାରୁ ରାତ୍ର ୭ଘଣ୍ଟା ପର୍ଯ୍ୟନ୍ତ ଚାଲୁଥିଲା। କଥାବାଚକ ଆଶିର୍ବାଦଜୀ ମହାରାଜ ଅତି ସୁନ୍ଦର ଭାବରେ ଶ୍ରୀମଦ୍ ଭଗବତ କଥା ପ୍ରକାଶ କରିଥିଲେ। ଭାଗବତ କଥା ଶ୍ରବଣ କରିବିକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରୋତା ମଣ୍ଡଳୀ ସମବେତ ହେଉଥିଲେ। ସପ୍ତାହବ୍ୟାପୀ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚାଲିଥିବା ଏହି ସତସଙ୍ଗ ପୂର୍ଣ୍ଣାହୁତି ସହ ସମାପନ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.