ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ଠାରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଶାଖା ସଭାପତି ମନରଞ୍ଜନ ତ୍ରିପାଠୀଙ୍କ ପ୍ରେରଣା ରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପର୍ଶୁରାମ ମିଶ୍ର, ରାଜ୍ୟ ସଂପାଦକ ରାଜ କିଶୋର ତ୍ରିପାଠୀ, ଡିଆଇପିଆରଓ ଅର୍ଜୁନ ମାଝୀ, ଫକିର ମୋହନ ମାଝୀ, ବରିଷ୍ଠ ନାଗରିକ କମିଟି ର ଜ୍ୟୋତି ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଓଡ଼ିଶା ସାମ୍ବାଦିକ ସଂଘ ରାଜ୍ୟର ସାମ୍ବାଦିକ ବନ୍ଧୁ ମାନଙ୍କ ସ୍ଵାର୍ଥ ପ୍ରତି ସର୍ବଦା ଧ୍ୟାନଦେଇ ତାଙ୍କର ସର୍ବନିମ୍ନ ଆବଶ୍ୟକତାକୁ ପୁରଣ ପାଇଁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଯୋଗୁଁ ସଂଘକୁ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଥିଲେ।

ସେହିପରି ମୁଖ୍ୟବକ୍ତା ଭାବରେ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ମଦନ ସୁନ୍ଦର କ୍ଷେତୀ ଯୋଗଦେଇ ସାମ୍ବାଦିକ ଙ୍କ ସୁରକ୍ଷା ନିମନ୍ତେ ସରକାର ଶିଘ୍ର ବିଲ୍ ଆଣିବା ଉପରେ ଗୁରୁତ୍ୱାରୋପ କରିବା ସହ ଉନ୍ନତ ସମାଜ ଗଠନରେ ସାମ୍ବାଦିକଙ୍କ କର୍ତ୍ତବ୍ୟ ବୋଧ ଓ ଉତ୍ତର ଦାୟିତ୍ଵ ବିଷୟରେ ସାରଗର୍ଭକ ମତ ଉପସ୍ଥାପନ କରିଥିଲେ‌।

ସେହିପରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଲ କମଲ ମିଶ୍ର, ବିନିକା ବ୍ଲକ ସଭାପତି ମୁକେଶ ବଗର୍ତ୍ତି ପ୍ରମୁଖ ରାଜ୍ୟ ସରକାର ବିଭିନ୍ନ ସମୟରେ ସାମ୍ବାଦିକଙ୍କ ପାଇଁ ଘୋଷଣା କରିଥିବା ସୁବିଧା ସୁଯୋଗକୁ କାର୍ଯ୍ୟକାରୀ କରିବା ଉପରେ ସରକାରୀ ସ୍ତରରେ ଦୃଢିଭୁତ କରିବା ସଂପର୍କରେ ମତ ରଖିଥିଲେ। ସଭାରେ ସଂଘ ଉପଦେଷ୍ଟା ସ୍ବର୍ଗତ ସାମ୍ବାଦିକ ଗୋପାଳ ମିଶ୍ରଙ୍କ ସୁପୁତ୍ର ଓ ସ୍ୱର୍ଗତ ବରିଷ୍ଠ ସାମ୍ୱାଦିକ ବିନୟ ପ୍ରଧାନ ଙ୍କ ଝିଅଙ୍କୁ ସଂଘ ପକ୍ଷରୁ ଆଜୀବନ ମାସିକ ପେନସନ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ମିଶ୍ର, ସଦାନନ୍ଦ ପ୍ରଧାନ, ସୁବାଷ ପଣ୍ଡା, ସନ୍ତୋଷ ମିଶ୍ର, ନବ କିଶୋର ମିଶ୍ର, ସତ୍ୟବ୍ରତ ପ୍ରଧାନ, ସଞ୍ଜୟ ସାହୁ, ପିତାମ୍ବର ମହାପାତ୍ର ,ଭାସ୍କର ବାବୁ ଶ୍ରଦ୍ଧାକର ଦାଶ,ରଞ୍ଜନ ହୋତା, ଡୋଳାମଣି ସାଲମା, ଲକ୍ଷଣ ପାତ୍ର, ସୂରୁବାବୁ କର୍ଣ୍ଣ, ଜିଲ୍ଲା ରକ୍ତଦାତା ସଂଯୋଜକ ମନୋଜ ପଣ୍ଡା, ଜିଲ୍ଲା କେମିଷ୍ଟ ଓ ଡ଼୍ରଗିଷ୍ଟ ସଂଘର କର୍ମକର୍ତ୍ତା ପ୍ରମୁଖ ଙ୍କ ସହ ତରଭା, ଉଲୁଣ୍ଡା, ବୀରମହାରାଜପୁର, ଡୁଙ୍ଗୁରିପାଲି ବିନିକା ଓ ସୋନପୁର ବ୍ଲକର ଅନେକ ସାମ୍ବାଦିକ ତଥା ସୋନପୁର କଲେଜ ଏନସିସି ର କର୍ଣ୍ଣେଲ ଆଶିଷ ଅଗ୍ରୱାଲା ଓ କେଡେଟ୍ସ ତଥା ସହରର ସ୍ଵଚ୍ଛଭାରତ ସଂଗଠନ, ରାମଧୂନ କ୍ଲବ, ଗୋପଲଜୀ ଯୋଗାଳୟ ତଥା ସହରର ବିଭିନ୍ନ ଅନୁଷ୍ଠାନ ଯୋଗ ଦେଇଥିଲ। ଶେଷରେ ଜିଲ୍ଲା ଶାଖା ସଂପାଦକ ମହାଦେବ ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.