ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ରାଜଭବନରେ ଭେଟିଛନ୍ତି ଲେଖକ ତଥା ସ୍ତମ୍ଭକାର ରବିନାରାୟଣ ପଟ୍ଟନାୟକ । ଏହି ଅବସରରେ ପ୍ରକାଶ ପାଇଥିବା ନିଜ ଲିଖିତ ପୁସ୍ତକ ହଜି ଗଲାଣି ଆଈ ମା କାହାଣୀ ପୁସ୍ତକଟିକୁ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ ଶ୍ରୀ ପଟ୍ଟନାୟକ । ରାଜ୍ୟପାଳ ପୁସ୍ତକକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ଉପରେ ଅଧିକ ଲେଖିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିବା ଲେଖକ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।