ସଇଁତଲା ଅଞ୍ଚଳରେ କୁକୁର ଆତଙ୍କ: ୨୩ ଜଣଙ୍କୁ କାମୁଡ଼ିଲା, ୭ ଗୁରୁତର

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଅଞ୍ଚଳର ବିଭିନ୍ନ ଗ୍ରାମରେ କୁକୁର ଆତଙ୍କ ଦେଖାଦେଇଛି। କୁକୁର କାମୁଡ଼ାରେ ୨୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବ୍ଲକ ଅନ୍ତର୍ଗତ ପିପୃଟ, କୁଇକେଡ଼ା, ବୁଡ଼ା, କେରମେଲି ଓ ସଇନ୍ତଳା ଗ୍ରାମର ମୋଟ ୧୭ ଜଣଙ୍କୁ କୁକୁର କାମୁଡ଼ିଥିଲା। ସେଥିମଧ୍ୟରୁ ୭ ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ତେବେ ଉକ୍ତ ଗାଁରେ ଭୟର ବାତାବରଣ ଲାଗି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.