ସୁବର୍ଣ୍ଣପୁରରେ ଜାତୀୟ ପ୍ରେସ ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଛି। ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଗୋରେଖନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ବିନୀ ମେହେର ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଅତିରିକ୍ତ ଏସ୍‌ପି ବୀରେନ୍ଦ୍ର ନାୟକ ସମ୍ମାନିତ ଅତିଥି, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ଡ. ରାଜକିଶୋର ପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ଅତିଥିମାନେ କହିଥିଲେ ଭାରପ୍ରାପ୍ତ ଡିଆଇପିଆର୍‌ଓ ଫକିର ମୋହନ ମାଝୀ ସଭା ସଂଯୋଜନା କରିଥିଲେ। ଅର୍ଜୁନ ମାଝୀ ଧନ୍ୟବାଦ ଦେଇଥିଲେ। ଜିଲ୍ଲା ସାମ୍ବାଦିକ ସଙ୍ଘର ସମ୍ପାଦକ ବ୍ୟୋମକେଶ ଦାଶ ତଥା ବିବେକାନନ୍ଦ ମିଶ୍ର, ସ୍ଵାଧୀନ ମେହେର, ଦିଲିପ ପାତ୍ର, ମୃତ୍ୟୁଞ୍ଜୟ ଶତପଥି, ରାଜ କିଶୋର ତ୍ରିପାଠୀ, ରତନ ପଟ୍ଟନାୟକ, ମହାଦେବ ମଲ୍ଲିକ, ପିତାମ୍ବର ମହାପାତ୍ର, ସଞ୍ଜୟ ସାହୁ, ଧରଣୀ ମିଶ୍ର, ନବ ମିଶ୍ର, ରାମ ଶଙ୍କର ଭୋଇ, ସୁବାଷ ପଣ୍ଡା, ଭାସ୍କର ଦାଶ, ରଞ୍ଜନ ବାରିକ, ସୁଶାନ୍ତ ପଣ୍ଡା, ରଞ୍ଜନ ହୋତା, ପିନାକୀ ପଣ୍ଡା, ସହଦେବ ମେହେର ପ୍ରମୁଖ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.