ସ୍ୱାସ୍ଥ୍ୟ ହିଁ ସମ୍ପଦ ବାର୍ତ୍ତା ନେଇ ଚହଗାଁ ମର୍ନିଙ୍ଗ ୱାକ୍ ଟିମର ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଚହଗାଁ ମର୍ନିଙ୍ଗ ୱାକ୍ ଟିମ ତରଫରୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ବାର୍ତ୍ତା ନେଇ ଏକ ପଦଯାତ୍ରା ସରପଞ୍ଚ ଜଗତରାମ ସାହୁଙ୍କ ନେତୃତ୍ୱରେ ରାତି ୩:୩୦ଟା ଚହଗାଁ ରୁ ଆରମ୍ଭ କରି ସକାଳ ୮:୩୦ରେ ଭବାନୀପାଟଣା ପହଂଚିଥିଲେ। ଏହି ଟିମରେ ଅଞ୍ଜନ କୁମାର ସାହୁ, ନୀଳାମ୍ବର ସାହୁ, ସୁଦର୍ଶନ ସାହୁ, ଅଭୟ ସାହୁ, ଧନସାଗର ବେଶ୍ରା, କ୍ଷୀରାଦ୍ରି ଶବର, ମୋହନ ବାଗ, କୈଳାସ ସାହୁ ଥିଲେ। ଏଅବସରରେ ଅନ୍ତରାଷ୍ଟ୍ରୀୟ ଖ୍ୟାତନାମା କବି ଡ଼. ଭବାନୀ ଶଙ୍କର ନିଆଲ ଏହି ଟିମକୁ ଭବାନୀପାଟଣା ଠାରେ ସ୍ୱାଗତ ଜଣାଇଥିଲେ। ସ୍ୱାସ୍ଥ୍ୟ ହିଁ ସମ୍ପଦ ନିଶ୍ଚିତ ଭାବରେ ଆଜିର ଦିନରେ ଗୋଟିଏ ପ୍ରାଥମିକ ବିଷୟ। ଦୈନନ୍ଦିନ ଜୀବନଶୈଳୀ ଯେପରି ପ୍ରକୃତି ଓ ବାୟୁ ମଣ୍ଡଳ ପରିବର୍ତ୍ତନ ଘଟୁଛି, ସେସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଗୋଟେ ସଚେତନା ବାର୍ତ୍ତା ଦେଇଥିବାରୁ ଆୟୋଜକ ମଣ୍ଡଳୀ ଏବଂ ପଦଯାତ୍ରୀ ମାନଙ୍କୁ ଡ଼ . ନିଆଲ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ଏବଂ ଏମାନଙ୍କୁ ଭବାନୀପାଟଣାରେ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଯୁବ ସମାଜ ଏବଂ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଯତ୍ନବାନ ହେବାପାଇଁ ଆହ୍ୱାନ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.