ରାଜ୍ୟସ୍ତରୀୟ ନୌବାଣିଜ୍ୟ ସ୍ମୃତି ଅନୁଭୂତି ସାହିତ୍ୟ କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦର ୬୧ ତମ ରାଜ୍ୟସ୍ତରୀୟ ସ୍ମୃତି ଅନୁଭୂତି ସାହିତ୍ୟ କର୍ମଶାଳା ବାଣିପୀଠ ଶ୍ରୀ ରାମଚନ୍ଦ୍ର ଭବନ, କଟକରେ ଅନୁଷ୍ଟିତ ହୋଇ ଯାଇଛି । ବାଲିଯାତ୍ରା ଅବସରରେ ଏହା କଥା ଓ କବିତା ଝଙ୍କାର । ପ୍ରଥମ ଅଧିବେଶନରେ ରାଜ୍ୟସ୍ତରୀୟ ବାଲିଯାତ୍ରା ଏବଂ ନୌବାଣିଜ୍ୟ ଶୀର୍ଷକରେ ଓଡ଼ିଶାର ପଚିଶ ଗୋଟି ଜିଲ୍ଲାରୁ ଆସିଥିବା କବି ଓ କବୟିତ୍ରୀ ବୃନ୍ଦ ନୂତନ ଧାରାରେ କବିତା ପାଠ କରିଥିଲେ ।

Omkar Vasthu
Omkar Vasthu

ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ମହେଶ୍ୱର ମହାନ୍ତି ଉଦ୍ ଘାଟନ କରି ଅନୁଷ୍ଠାନର ସୁଦୂର ପ୍ରସାରି ନୂତନ କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ଵ କରି ଅତୀତରେ ନୌବାଣିଜ୍ୟ ସାଧବ ପୁଅ ମାନଙ୍କ ଜୀବନ ଜୀବିକା ର ମାଧ୍ୟମ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ପ୍ରାକ୍ତନ ବିଚାରପତି ( ସି.ବି.ଆଇ ) ଶ୍ରୀଯୁକ୍ତ ଭିକାରୀ ଚରଣ ରାଉତ ନୌବାଣିଜ୍ୟ ସଂସ୍କୃତି ଉତ୍କଳୀୟ ସାମାଜିକ ଜୀବନକୁ ସମୃଦ୍ଧ କରି ପାରିଛି ବୋଲି ସ୍ପଷ୍ଟ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟ ଓ ସଂସ୍କୃତି ଗବେଷକ ବିଜୟ ମଲ୍ଲ ନୌବାଣିଜ୍ୟ ଉତ୍କଳୀୟ ସଂସ୍କୃତିର ସୂକ୍ଷ୍ମ ପରିଚୟ ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଜେନା , ଆଇ. ଏ.ଏସ ଶ୍ରୀଯୁକ୍ତ ବିଜୟ ଦାସ , ନାଟ୍ୟକାର ଓ ସ୍ତମ୍ଭକାରଡଃ ତୋଫାନ ଜେନା,ଶ୍ରୀଯୁକ୍ତ ବିପିନ୍ ବିହାରୀ ବାରିକ ଶ୍ରୀଯୁକ୍ତ ବିପିନ ଦଳାଇ, ଶ୍ରୀଯୁକ୍ତ ପ୍ରେମଚାନ୍ଦ ମହାନ୍ତି, ଡ଼ଃ ମହେଶ୍ୱର, ବରିଷ୍ଠ ସାମ୍ବାଦିକ ଡ଼କ୍ଟର ଶ୍ୟାମା ପ୍ରସାଦ ମିଶ୍ର, ଡ଼କ୍ଟର ଯଶୋବନ୍ତ ସାମଲ, କଥାକାର ଏବଂ ସାହିତ୍ୟିକ ଏବଂ ଡ଼କ୍ଟର ସ୍ନେହାଶ୍ରୀ ସ୍ୱାଇଁ, ସାହିତ୍ୟିକା ଏବଂ ସମାଜସେବୀ ଯୋଗଦେଇ ନୌବାଣିଜ୍ୟ ଏବଂ ବାଲିଯାତ୍ରା ଉତ୍ସବ ବିଷୟରେ ନିଜସ୍ଵ ସ୍ମୃତି ଅନୁଭୂତି ବ୍ୟାଖ୍ୟା କରିଥିଲେ । ପ୍ରଥମ ଅଧିବେଶନରେ କବୀ ପ୍ରବାସିନୀ ମିଶ୍ର କବିତା ସଂଯୋଜନା କରିଥିଲେ । ଦ୍ଵିତୀୟ ଅଧିବେଶନରେ ଡ଼କ୍ଟର ପ୍ରଶାନ୍ତ କୁମାର ମହାରଣା, ବରିଷ୍ଠ ଅଧ୍ୟାପକ ଓଡ଼ିଆ ବିଭାଗ ମଞ୍ଚ ପରିଚାଳନା କରିଥିଲେ ।କୈବଲ୍ୟ ସାହିତ୍ୟ ସଂସଦର ବିଶ୍ଵ ଆଧ୍ୟାତ୍ମିକ ଚେତନା ପତାକା ର ଶୁଭ ଲୋକାର୍ପଣ କରାଯାଇଥିଲା । ଶିଶୁ କଳାକାର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଶ୍ରୀଯୁକ୍ତ ବିଜୟ ମଲ୍ଲ ଙ୍କୁ ଓଡ଼ିଶା ନୌବାଣିଜ୍ୟ ସଂସ୍କୃତି ସମ୍ମାନ ୨୦୨୪ ଏବଂ ଯୁବ ବର୍ଗରେ ତ୍ରିଷା ରାୟଙ୍କୁ ଓଡ଼ିଶା ନୌବାଣିଜ୍ୟ ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା ।

ଦୁଇ ଶହ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପାଞ୍ଚଗୋଟି ସେବା ଅନୁଷ୍ଠାନକୁ ଓଡ଼ିଶା ନୌବାଣିଜ୍ୟ ସେବା ସମ୍ମାନ ପ୍ରଦାନ କରାଯାଇଥିଲା ।ଯୁବ କବି ଶ୍ରୀମାନ ତନ୍ମୟ ବାରିକ ଙ୍କ କବିତା ସଙ୍କଳନ “ଦୂର ପାହାଡ଼ର ଡାକ”, କବୟିତ୍ରୀ ସଂହିତା ଜେନା ଙ୍କ ପୁସ୍ତକ ” ସବୁଜ ବଳୟ ” ଏବଂ ଡ଼କ୍ଟର ପ୍ରଶାନ୍ତ କୁମାର ମହାରଣାଙ୍କ କବିତା ପୁସ୍ତକ ” ମୋ ପ୍ରିୟ ପୃଥିବୀ ଏବଂ ଅନ୍ୟାନ୍ୟ କବିତା ” ର ଶୁଭ ଉନ୍ମୋଚନ କରାଯାଇଥିଲା । ଝାରସୁଗୁଡ଼ା ନିବାସୀ କବି ଅରୁଣ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.