ଓଡ଼ିଆ ବାର୍ତ୍ତା/ ୪୨ମୌଜା: ଉତ୍କଳ ଯାଦବ ମହାସଭାର ରାଜ୍ୟ ସଭାପତି ନିର୍ବାଚନ ଯଶୋଦା ଗାର୍ଡେନ ଠାରେ ନିର୍ବାଚନ ଅଧିକାରୀ ତଥା ରାଷ୍ଟ୍ରୀୟ ଉପ ସଭାପତି ପିତାମ୍ବର ଦାସଙ୍କ ସଭାପତିତ୍ବରେ ସମ୍ପନ୍ନ ହୋଇଯାଇଛି। ଜିଲ୍ଲା ସଭାପତି ଓ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ସମସ୍ତ ପ୍ରସ୍ତାବ ପତ୍ର ଖୋଲା ଯାଇଥିଲା। ଆଶୀର୍ବାଦ ବେହେରାଙ୍କ ନାମରେ ସର୍ବାଧିକ ପ୍ରସ୍ତାବ ଆସିଥିବାରୁ ସର୍ବ ସମ୍ମତି କ୍ରମେ ତାଙ୍କ ନାମ ରାଜ୍ୟ ସଭାପତି ଭାବରେ ଘୋଷଣା କରାଗଲା। ରାଜ୍ୟ ସଭାପତି ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ନବ ନିର୍ବାଚିତ ରାଜ୍ୟ ସଭାପତି ଆଶୀର୍ବାଦ ବେହେରାଙ୍କୁ ସଭା କକ୍ଷକୁ ଆମନ୍ତ୍ରଣ କରାଯାଇ ସମସ୍ତ ଜିଲ୍ଲା ପ୍ରତିନିଧି ମାନଙ୍କ ଦ୍ଵାରା ଏକ ସୌଜନ୍ୟମୂଳକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା। ରାଜ୍ୟର ସମସ୍ତ ୩୪୦ ରାଜ୍ୟ ପରିଷଦ ସଦସ୍ୟ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କୁ ନେଇ ଆସନ୍ତା ଡ଼ିସେମ୍ବର ମାସରେ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ବରିଷ୍ଠ ଯାଦବ ନେତା ସୁବାସ ଚନ୍ଦ୍ର ବେହେରା ମତ ପୋଷଣ କରିଥିଲେ।