ଓଡ଼ିଆ ବାର୍ତ୍ତା/ ପାରାଦୀପ: ପାରାଦ୍ୱୀପ ଠାରେ ଆରମ୍ଭ ହୋଇଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ । ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । କଳିଙ୍ଗ ନୌବାଣିଜ୍ୟର ପରମ୍ପରା ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆ ଯାଇଛି । କଟକ ଐତିହାସିକ ବାଲିଯାତ୍ରା ଓ ଗୋପାଳପୁର ମହୋତ୍ସବ ଭଳି ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରାକ ସେହିଭଳି ଢଙ୍ଗରେ ପାଳିତ ହେଉଛି |ଳ। ବାଲିଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ସନ୍ଧ୍ୟାରେ ବଲିଉଡ ଓ ଓଲିଉଡ଼ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି । ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କଳାକାରଙ୍କୁ ଆମନ୍ତ୍ରଣ ମଧ୍ୟ କରାଯାଇଛି । ଲୋକନୃତ୍ୟ, ସହିତ ଓଡ଼ିଶାର କଳା ସଂସ୍କୃତି, ଓ ପରମ୍ପରାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କଳିଙ୍ଗାୟନ ତୌର୍ୟତ୍ରିକମ ର ଓଡ଼ିଶୀ ନୃତ୍ୟାଙ୍ଗନା ମାନେ ନିଜ ନିଜ ର ନୃତ୍ୟ ପରିବେଷଣ କରିଥିଲେ । କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ ରେ ଝୁମିଥିଲେ ଦର୍ଶକ । ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ପ୍ରିନ୍ସିପାଲ୍ ଗୁରୁ ମିତା ଦାସଙ୍କ ନିର୍ଦ୍ଦେଶନାରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନର ନୃତ୍ୟାଙ୍ଗନା ମନେ ନିଜ ନିଜ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ।