ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେଲା ଛାତ୍ରୀମାନଙ୍କ ଦକ୍ଷତା ବିକାଶ ତାଲିମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ଏବଂ ହାଇଦ୍ରାବାଦ ସ୍ଥିତ ନନ୍ଦି ଫାଉଣ୍ଡେସନ୍ ମଧ୍ୟରେ ସ୍ୱାକ୍ଷର ହୋଇଥିବା ବୁଝାମଣାପତ୍ର ଅନ୍ତର୍ଗତ ଏକ ୧୨ ଦିନିଆ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ‘ମହିନ୍ଦ୍ରା ପ୍ରାଇଡ କ୍ଲାସରୁମ’ ବିଶ୍ବବିଦ୍ୟାଳୟର ଉଭୟ କ୍ୟାମ୍ପସରେ ଶେଷ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମଟି ଚଳିତ ମାସ ୪ ତାରିଖରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ନିହାର ରଂଜନ ରାଉତ, ନନ୍ଦି ଫାଉଣ୍ଡେସନର ରାଜ୍ଯ ସଂଯୋଜକ ମୁନମୁନ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ। ଛାତ୍ରୀମାନଙ୍କ ଜ୍ଞାନ ଆହରଣ ସହିତ ବ୍ୟକ୍ତିତ୍ୱର ବିକାଶ ଏବଂ ଯୋଗାଯୋଗ ଦକ୍ଷତା ପ୍ରଦାନ କରିବାର ଆବଶ୍ୟକତାକୁ ଅନୁଭବ କରି କୁଳପତି ପ୍ରଫେସର ତ୍ରିପାଠୀଙ୍କ ପ୍ରଚେଷ୍ଟାରେ ଏହି ୩୬ ଘଣ୍ଟିଆ ତାଲିମ କାର୍ଯ୍ୟକ୍ରମକୁ ୧୨ ଦିନ ମଧ୍ଯରେ ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇ ପାରିଥିଲା।

Omkar Vasthu
Omkar Vasthu

‘ମହିନ୍ଦ୍ରା ପ୍ରାଇଡ କ୍ଲାସରୁମ’ର ଦୃଷ୍ଟିକୋଣ ହେଉଛି ଛାତ୍ରୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରକ୍ରିୟା ମାଧ୍ୟମରେ ଆତ୍ମବିଶ୍ୱାସ ବୃଦ୍ଧି କରି ରୋଜଗାରକ୍ଷମ ହେବାର କୌଶଳ ପ୍ରଦାନ କରାଇବା, ଯାହା ଦ୍ବାରା ସେମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇବାର ସୁଯୋଗ ଲାଭ କରିପାରିବେ। ବିଶ୍ବବିଦ୍ୟାଳୟର ୪୩୫ ଜଣ ଛାତ୍ରୀ ଆଠଟି ଗ୍ରୁପରେ ବିଭକ୍ତ ହୋଇ ଏହି ତାଲିମ ଗ୍ରହଣ କରିବା ସହ ନିଯୁକ୍ତି କ୍ଷେତ୍ରରେ ବିଭିନ୍ନ ସାକ୍ଷାତକାର ଗୁଡିକୁ ସମ୍ମୁଖୀନ ହେବାର ପ୍ରଣାଳୀର ଶିକ୍ଷା ଗ୍ରହଣ କରିଥିଲେ। ଅନ୍ତିମ ଦିନରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଓ ବିଶ୍ବବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ ଉପସ୍ଥିତ ହୋଇ ଛାତ୍ରୀମାନଙ୍କୁ ଏହି ତାଲିମର ସଦୁପଯୋଗ କରି ଭବିଷ୍ଯତ ଗଠନ ନିମନ୍ତେ ଉତ୍ସାହିତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏଥିସହ ପ୍ରତି ଗ୍ରୁପରୁ ଜଣେ ଶ୍ରେଷ୍ଠ ଓ ତିନିଜଣ ଛାତ୍ରୀ ଏହି ତାଲିମ କାର୍ଯ୍ୟକ୍ରମରେ ନିଜ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ନନ୍ଦି ଫାଉଣ୍ଡେସନ ତରଫରୁ ପୁରସ୍କୃତ ହୋଇଥିଲେ ଓ ଅନ୍ଯାନ୍ଯ ଛାତ୍ରୀ ମାନପତ୍ରରେ ସମ୍ମାନୀତ ହେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଆଗାମୀଦିନରେ ଛାତ୍ରଛାତ୍ରୀଙ୍କ ସାମୂହିକ ବ୍ଯକ୍ତିତ୍ବର ଉନ୍ନତୀକରଣ ଓ ନିଯୁକ୍ତିର ସୁଯୋଗ ସୃଷ୍ଟି ପାଇଁ ବିଶ୍ବବିଦ୍ୟାଳୟ ସ୍ତରରେ ସମସ୍ତ ପ୍ରକାରର ଗୁଣାତ୍ମକ ଉଦ୍ୟମ କରାଯିବ ବୋଲି ଉପସ୍ଥିତ ଅତିଥିମାନେ ନିଜ ବକ୍ତବ୍ଯ ରଖିଥିଲେ।

Udyog Nursery
Udyogi Nursery

ନନ୍ଦି ଫାଉଣ୍ଡେସନ ତରଫରୁ ଅଙ୍କିତା ମହାରଣା, ସୌରଭ ଚକ୍ରବର୍ତ୍ତୀ, ବିଭୁ ସୁନ୍ଦର ମହାନ୍ତି ଓ ପ୍ରଜ୍ଞା ରଥ ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।
ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ନିହାର ରଂଜନ ରାଉତଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା ଓ ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଶର୍ମିଷ୍ଠା ମହାରଣା ତାଲିମ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.