ଜାରିଙ୍ଗ ଗଣବଳାତ୍କାର ମାମଲା: ୫ ବର୍ଷ ପରେ ପ୍ରକାଶ ପାଇଲା ରାୟ, ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଜାରିଙ୍ଗ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ରାୟ ପ୍ରକାଶ ପାଇଛି । ୬ ଜଣ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଦଣ୍ଡ ଶୁଣାଇଛନ୍ତି ଅତିରିକୁ ଜିଲ୍ଲା ଦୌରାଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ । ଅଭିଯୁକ୍ତମାନେ ହେଲେ ଲଳିନ୍ଦ୍ର ଶବର, ଲାବଣ୍ୟ ଛତ୍ରିଆ, ଅନିରୁଦ୍ଧ ଛତ୍ରିଆ, ଲୁକୁ ନାଏକ, ଶାନୁ ନାଏକ ଓ ଅମିତ ନାଏକ । ଅନ୍ୟ ୩ ଜଣ ଭିଡ଼ିଓ ଭାଇରାଲ ପାଇଁ ଗିରଫ ହୋଇଥିଲେ । ଗିରଫ ଅଭିଯୁକ୍ତ ହେଲେ ସୟମବର ବାଗ, ଟିକେମନ ପୋଢ଼ ଓ ବିନୋଦ ନାଏକ । ତେବେ ଏହି ୩ ଜଣଙ୍କୁ ନିଦୋଷରେ ଖଲାସ କରାଯାଇଛି ।ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ କଳାହାଣ୍ଡି ଜିଲ୍ଲା ତତ୍କାଳିନ ଏସ.ପି ବି.ଗଙ୍ଗାଧର ଘଟଣା ର ତଦନୁ ଦାୟିତ୍ବ ନେଇଥିଲେ । ଗତ ୨୦୧୯ ମସିହା ସେପ୍ଟେମ୍ବର ୧୪ ରିଖ ଅପରାହ୍ନ ୨ଟା ବେଳେ ଜୁନାଗଡ଼ ଥାନା ବକ୍ସିତୁଳସୀପାଳି (ଜାରିଙ୍ଗ) ଜଙ୍ଗଲ ଠାରେ ଏହି ଘଟଣା ଘଟିଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ପୀଡ଼ିତାଙ୍କ ପକ୍ଷରୁ ଜୁନାଗଡ଼ ଥାନାରେ ଲିଖୂତ ଅଭିଯୋଗ କରାଯାଇଥିଲା । ଯୁବତୀ ଜଣଙ୍କ ଭବାନୀପାଟଣାରୁ ଅଭିଯୁକ୍ତ ଲଲିନ୍ଦ୍ର ଶବର ସହ ନିଜ ଘରକୁ ଲକୁ ଫେରୁଥ‌ିବା ବେଳେ ଜାରିଙ୍ଗ ଜଙ୍ଗଲ ନିକଟରେ ପୁର୍ବରୁ ଜଗି ଥୂବା ଅନ୍ୟ ପାଞ୍ଚ ଅଭିଯୁକ୍ତ ମାନେ ପୀଡିତାକୁ ଜଙ୍ଗଲ ଭିତରକୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରି ଥିଲେ । ତେବେ ଲୋକ ଲଜ୍ୟା ଭୟରେ ପୀଡିତା ଜଣକ ଏହି ଘଟଣାର ଭିଡ଼ିଓ ଭାଇରଲ ହେବା ପରେ ଜୁନାଗଡ଼ ଥାନାରେ ଅଭିଯୋଗ କରି ଥିଲେ । ଜୁନାଗଡ଼ ପୁଲିସ କେସ ନଂ: ୨୨୪/୨୦୧୯ ଦଫା ୩୭୬ (ଡି), ୬୬ ଇ, ୬୬ଏ ଆଇ ଟି ଆକ୍ଟ ରେ ମାମଲା ରୁଜୁ ହୋଇ ଥିଲା । ସେତେବେଳେ ଏହି ଘଟଣା ବହୁ ଚର୍ଚ୍ଚିତ ରହିଥୁଲା ବେଳେ ଏହାର ଗୁରୁତ୍ବକୁ ଉପଲବ୍ଧି କରି ରାଜ୍ୟ ମହିଳା କମିଶନ ମଧ୍ଯ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିଥିଲେ । କଳାହାଣ୍ଡିର ତତ୍କାଳୀନ ଏସପି ମଧ୍ୟ ତତ୍ପରତା ପ୍ରକାଶ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ମାମଲା ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.