ଦଳିତ ଆଦିବାସୀ ମହାସଂଘର ଲାଞ୍ଜିଗଡ ବ୍ଲକ କମିଟି ଗଠିତ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ଦଳିତ ଆଦିବାସୀ ମହାସଂଘର ଲାଞ୍ଜିଗଡ ବ୍ଲକସ୍ତରୀୟ କମିଟି ଗଠନ ବୈଠକ ଆଜି ଲାଞ୍ଜିଗଡଠାରେ ଅନୁଷ୍ଠିତ ହୋଇଯାଇଛି। ଦଳିତ ଆଦିବାସୀ ମହାସଂଘର ସଭାପତି ପରମାନନ୍ଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ନାଏକ, ମହାସଚିବ ଦେବୀ ପ୍ରସାଦ ସିନ୍ଦୁର, ସାଧାରଣ ସମ୍ପାଦକ ସୁଶୀଲ କୁମାର ବାଗ, ଚାଞ୍ଚେର ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମହାସଂଘର ଲାଞ୍ଜିଗଡ ବ୍ଲକସ୍ତରୀୟ କମିଟି ଗଠନ କରାଯାଇଥିଲା। ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ହରିଶଙ୍କର ପାତ୍ର, କାର୍ଯ୍ୟକାରୀ ସଭାପତି ଭାବେ ଜଗଦୀଶ ବେନିଆଁ, ପାତ୍ର ମାଝୀ, ଉପସଭାପତି ଭାବେ ପରୀକ୍ଷିତ ନାଏକ, ଜଳଧର ପାତ୍ର, ହରିହର କୁମାର, ସରସ୍ବତୀ ମୁଣ୍ଡା, ପ୍ରଦୀପ ମାଝୀ, ବିଷ୍ଣୁଚରଣ ଭୋଇ ମନୋନୀତ ହୋଇଥିଲେ। ସେହିପରି ସାଧାରଣ ସଂପାଦକ ଭାବେ ଗୋପାଳଦାସ ମହାନନ୍ଦ, ସମ୍ପାଦକ ଭାବେ ହରି ମାଝୀ, ରୂପେନ୍ଦ୍ର ଛତ୍ରିଆ, ଘାସି ମାଝୀ, ବନମାଳୀ ମାଝୀ, ଲଖଣ ମାଝୀ, ମହେନ୍ଦ୍ର କରୁଆଁ, କୋଷାଧ୍ୟକ୍ଷ ଭାବେ ଜଳନ୍ଧର ମାଝୀଙ୍କୁ ମନୋନୀତ କରାଯାଇଥିଲା। ସେହିପରି ମହିଳା ବିଭାଗ ସଭାନେତ୍ରୀ ଭାବେ ଫୁଲମେ ମାଝୀ, ଉପସଭାନେତ୍ରୀ ଭାବେ ସୁଷମା ମାଝୀ, ନନ୍ଦିନୀ ବାଗ, ସାଧାରଣ ସମ୍ପାଦିକା ଭାବେ ମମତା ଶବର, ସମ୍ପାଦିକା ଭାବେ ଯଶୋବନ୍ତୀ ନାଏକ ପ୍ରମୁଖଙ୍କ ନାମ ଘୋଷଣା କରାଯାଇଥିଲା। ଉପଦେଷ୍ଟା ଭାବେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ଉଦୟ କୁମାର, ଲକିଧର ମାଝୀଙ୍କୁ ମନୋନୀତ କରାଯାଇଥିଲା। ସଭା ଚାଲିଥିବାବେଳେ ପୂର୍ବତନ ନର୍ଲା ବ୍ଲକ ଅଧ୍ୟକ୍ଷ ତଥା ମହାସଂଘର କାର୍ଯ୍ୟକାରୀ କମିଟି ସଦସ୍ୟ ପବିତ୍ର କୁମାରଙ୍କ ଦୁଃଖଦ ବିୟୋଗ ଖବର ମିଳିବା ପରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଖୁବ ଶୀଘ୍ର ପୂର୍ଣ୍ଣାଙ୍ଗ କମିଟିର ରୂପରେଖ ପ୍ରସ୍ତୁତି ସହିତ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସାଧାରଣ ସଂପାଦକ ଶ୍ରୀ ବାଗ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିବାବେଳେ ଜିଲ୍ଲା ସାଧାରଣ ସଂପାଦକ ଚାଞ୍ଚେର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.