ଜିଲ୍ଲାପାଳଙ୍କ ତ୍ରିଲୋଚନପୁର ପଞ୍ଚାୟତ ଗସ୍ତ : କୁନାକାଡୁ ଠାରେ ପ୍ରଧାମନ୍ତ୍ରୀଙ୍କ ଜନମନ ଯୋଜନା ଗୃହର ଭୂମିପୂଜନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଥିବା ବେଳେ ସେ ମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କ ଜନମନ ଯୋଜନା ଅନ୍ୟତମ। ଏହି ଯୋଜନାରେ ଅନେକ ପରିବାର ଉପକୃତ ହେଉଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗାଁ ଫୁଲଡୁମେର ଓ କୁନାକାଡୁ ଗସ୍ତ କରି ପ୍ରଧାମନ୍ତ୍ରୀଙ୍କ ଜନମନ ଯୋଜନାରେ କୁଟିଆ କନ୍ଧ ଜନଜାତିଙ୍କ ପାଇଁ ନିର୍ମାଣ ହେବାକୁ ଥିବା ଘରପାଇଁ ଭୂମିପୂଜନ କରିଛନ୍ତି। ଜିଲ୍ଲାପାଳ ପ୍ରଥମେ ତ୍ରିଲୋଚନପୁ ପଞ୍ଚାୟତର ଫୁଲଡ଼ୁମେର ଗସ୍ତ କରି ସେଠାରେ କୁଟିଆ କନ୍ଧ ଜନଜାତିର ପୁରୁଷ ଓ ମହିଳାଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ ପାଇଁ ପ୍ରଧାମନ୍ତ୍ରୀ ଜନମନ ଯୋଜନାରେ ନିର୍ମାଣ ହେଉଥିବା ଘରର ତଦାରଖ କରିବା ସହିତ ସେଠାରେ ନିର୍ମିତ ଛେଳିଗୁହାଳ ମଧ୍ୟ ପରିଦର୍ଶନ କରି ଖୁସି ବ୍ୟକ୍ତି କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର, ଜିଲ୍ଲା ଗ୍ରାମୀଣ ଗୃହ ପ୍ରକଳ୍ପ ପରିଚାଳକ ଅମୁଲ୍ୟ ବାଉଲ, ତ୍ରିଲୋଚନପୁର ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ମାଝୀ, ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ କୁମାର ନାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ କୁମାର ସାହୁ, ନାଏବ ସରପଞ୍ଚ ତରଣୀସେନ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ତେବେ କଳାହାଣ୍ଡି ଜିଲ୍ଲାପାଳ ଭାବେ ସଚିନ ପାୱାର ଯୋଗଦେବା ପରେ ପ୍ରଥମ ଥର ତ୍ରିଲୋଚନପୁର ପଞ୍ଚାୟତ ଗସ୍ତ କରିଥିବା ବେଳେ କୁନାକାଡୁ ଗାଁକୁ ଯାଇ କୁଟିଆ କନ୍ଧ ଜନଜାତିଙ୍କ ପାଇଁ ତିଆରି ହେବାକୁ ଥିବା ଘରର ଭୂମିପୂଜନ କରବା ସମେତ କୁଟିଆ କନ୍ଧ ସଂମ୍ପ୍ରଦାୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.