ଛୁରୀ ଦେଖାଇ ଫୋନ ଓ ଫୋନ-ପେ’ରୁ ଲୁଟି ନେଲେ ୧୫ ହଜାର ଟଙ୍କା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ମହାନଦୀ ବ୍ରିଜ ପାଖରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୮ ଟା ବେଳେ ଲୁଟ୍ ର ଶିକାର ହୋଇଛନ୍ତି ଜଣେ ଯୁବକ। ସୁଶାନ୍ତ ସାହୁ ନାମକ ଯୁବକ ସୋନପୁର ପଟରୁ ବୀରମହାରାଜପୁର ପଟକୁ ଯାଉଥିବା ବେଳେ ବ୍ରିଜ ଛକରେ ୪ ଜଣ ଯୁବକ ଏକ ଛୁରୀ ଏବଂ ଲୁହା ରଡ ଦେଖାଇ ଭୟଭୀତ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇ ଜୋର ଜବରଦସ୍ତି ଫୋନ ପେ ମାଧ୍ୟମରେ ପଇସା ଟ୍ରାନସଫର୍ କରି ନେଇଥିବା ଜଣାପଡିଛି। ପରେ ତାଙ୍କ ଫୋନ ମଧ୍ୟ ଛଡାଇ ନେଇ ସେଠାରୁ ଯୁବକ ମାନେ ଚାଲିଯାଇଥିଲେ। ପରେ ସେ ଶ୍ରୀ ସାହୁ ନିକଟସ୍ଥ ହିକୁଡ଼ି ଫାଣ୍ଡିରେ ଅଭିଯୋଗ କଲା ପରେ ସୋନପୁର ସଦର ଥାନାରେ ଖବର ପହଞ୍ଚିବା ପରେ ତତ୍ପର ହୋଇଥିଲା ସୋନପୁର ପୋଲିସ। ତୁରନ୍ତ ମୋବାଇଲ ଟିମ୍ ଚଢାଉ କରି ସ୍ଥାନୀୟ ବ୍ଲକ ଛକ ପାଖରୁ ତିନି ଜଣଙ୍କୁ ପୋଲିସ ଉଠାଇ ଆଣିଥିଲା ବେଳେ ଆଉ ଜଣେ ଯୁବକ ଫେରାର ହୋଇଯାଇଥିଲା । ଦୁଇ ଜଣ ଯୁବକ ହେଲେ ସ୍ଥାନୀୟ ଝୁପୁଡିପଡ଼ାର ସୁମନ୍ତ ସୁନା (୨୧), ଆଲୋକ ପୋଢ଼ (୧୯) ହୋଇଥିବା ବେଳେ ଜଣେ ନାବାଳକ ଥିବା ସୂଚନା ମିଳିଛି । ବୁଧବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଆଇ ଦେବାଶିଷ ସାହୁଙ୍କ ଠାରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.