କଂଗ୍ରେସ ପକ୍ଷରୁ ମୂଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ନିତ୍ୟ ବ୍ୟବହୃତ ଜିନିଷର ଦରଦାମ ବୃଦ୍ଧିର ପ୍ରତିବାଦ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଳୁ, ପିଆଜ, ତେଲ ଆଦି ନିତ୍ୟ ବ୍ୟବହୃତ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସଦର ବିଜୁ ପଟ୍ଟନାୟକ ଛକରେ ମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସୁଧୀର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଗୌରୀଶ୍ୟାମ ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, ରଞ୍ଜିତ ରାଏ, ଶେଷଦେବ ମେହେର, ସଚ୍ଚିଦାନନ୍ଦ ସାହୁ, ମାଧବ କୁମ୍ଭାର, ରାଜେଶ ମିଶ୍ର, ସତ୍ୟଜିତ ସାହୁ, ନିମାଇଁ ପାଣିଗ୍ରାହୀ, ଭରତ ଜେନା, ଶିଶିର ମେହେର, ପଙ୍କଜ ସାଗର, ବଳଦେବ ସାହୁ ପ୍ରମୁଖ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.