ନର୍ଲାରେ ଯାଦବ ମହାସଭାର ସାଙ୍ଗଠନିକ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଯାଦବ ଭବନ ଠାରେ ଗୁରୁବାର ଯାଦବ ମହାସଭାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠି ଗଉଡଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକର ସଭାପତି ଓ କାର୍ଯ୍ୟକର୍ତ୍ତା ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ବ୍ଲକ ଉପସଭାପତି ଦୁର୍ଲ୍ଲଭ ମାହାର ସ୍ବାଗତ ଅଭିଭାଷଣ ଓ ବୈଠକର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ଆଗାମୀ ନବମ ଯାଦବ ମହାସଭା ନର୍ଲାରେ ହେବାକୁ ସ୍ଥିରିକୃତ ହୋଇଥିବାରୁ ଏହା କିପରି ବ୍ୟବସ୍ଥିତ ଢ଼ଙ୍ଗରେ ସଂପାଦିତ ହୋଇପାରିବ ସେନେଇ ଉପସ୍ଥିତ ବ୍ଲକ ସଭାପତି ଓ ଯାଦବ ନେତୃତ୍ୱମାନେ ଗୁରୁତ୍ୱାରୋପ କରିଥିଲେ। ନର୍ଲା ବ୍ଲକ ସମ୍ପାଦକ ଅଜିତ କରୁଆଁ କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ, ଜିଲ୍ଲା ଯୁବ ଯାଦବ ମହାସଭାର ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ବରିଷ୍ଠ ଯାଦବ ନେତୃତ୍ୱ ପଦ୍ମଲୋଚନ ଜାଲ, ତ୍ରିଲୋଚନ ନାଏକ, କ୍ଷେତ୍ର ମାହାର ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ବ୍ଲକ ସଭାପତି ବୈଠକରେ ଉପସ୍ଥିତ ଥିଲେ। ନର୍ଲା ବ୍ଲକ ଉପସଭାପତି ଗିରିଧାରୀ ଗଉଡ, କୋଷାଧ୍ୟକ୍ଷ ମାର୍କଣ୍ଡ ଜାଲଙ୍କ ସମେତ ମୋହନ ବାଗ, ଦେବରାଜ ବଗର୍ତ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବ୍ଲକ ଉପସଭାପତି ଲିଙ୍ଗରାଜ କରୁଆଁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.