ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଖାନ ନଗର ହାଇସ୍କୁଲରେ ଅନୁଷ୍ଠାନର ୬୪ତମ ସାହିତ୍ୟ ବିଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମ ଶକ୍ତି ସଂରକ୍ଷଣ ସଂକଳ୍ପ ସୃଜନାୟନ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କବି କବୟିତ୍ରୀ “ଶକ୍ତି ସଂରକ୍ଷଣ” ଶୀର୍ଷକରେ କବିତା ପାଠ କରି ବିଶ୍ୱକୁ ଶ୍ରେଷ୍ଠ ସାମାଜିକ ବାର୍ତ୍ତା ପ୍ରଦାନ କରିଥିଲେ ।
ଉକ୍ତ ଅବସରରେ ଉଦ୍ଘାଟକ ପ୍ରାକ୍ତନ ନ୍ୟାୟଧିଶ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର, କଟକ ଯୋଗଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ ଘରେ ଏବଂ ବିଦ୍ୟାଳୟରେ ଶକ୍ତି ସଂରକ୍ଷଣ ପାଇଁ କାର୍ଯ୍ୟକଲେ ଦେଶର ଅର୍ଥନୀତିର ଅଭିବୃଦ୍ଧି ଘଟିବ । ମୁଖ୍ୟ ଅତିଥି ପ୍ରଫେସର ଡ଼କ୍ଟର କୁମରବର ଦାସ, ପ୍ରାକ୍ତନ କୁଳପତି ଆଧୁନିକ ସାହିତ୍ୟରେ ଶକ୍ତି ସଂରକ୍ଷଣ ଶୀର୍ଷକ ରେ ଅଧିକ କବିତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରି ବିଶ୍ଵ ଶକ୍ତି ସଙ୍କଟ ଦୂର କରିବାରେ ସାହିତ୍ୟିକମାନେ ଶ୍ରେଷ୍ଠ ବାର୍ତ୍ତାବହ ହୋଇ ପାରିବେ ବୋଲି ଦୃଷ୍ଟିପାତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଡଃ ଦୀପାୟନ୍ ପଟ୍ଟନାୟକ, ପ୍ରଶାନ୍ତ କୁମାର ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ଅନୁବାଦ ଲେଖକ ଇଂ. ସୁଶାନ୍ତ କିଶୋର ବଳ, ବରିଷ୍ଠ ଲେଖକ, ଅକ୍ଷୟ କୁମାର ଷଡଙ୍ଗୀ, ସାହିତ୍ୟିକ ଓ ଶିକ୍ଷାବିତ୍ କକବି ଶ୍ରୀଯୁକ୍ତ ରାଜୀବ ଷଡ଼ଙ୍ଗୀ, ଡ଼ଃ ଦିପାୟାନ ପଟ୍ଟନାୟକ, ପରିବେଶବିତ୍ ଓ ଶାନ୍ତି କମିଟି ଯୁଗ୍ମ ସଚିବ , ପନ୍ନଗ ଭୂଷଣ ଦାସ ସଂଗଠକ ଯୋଗଦାନ କରି ଶକ୍ତି ସଂରକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
କୈବଲ୍ୟ ସାହିତ୍ୟ ସଂସଦ ର ଆଧ୍ୟାତ୍ମିକ ଚେତନାର ପତାକା ର ଶୁଭ ଉନ୍ମୋଚନ କରାଯାଇଥିଲା । ଶତାଧିକ କବି , କବୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତଭା ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ଖାନ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଅନ୍ୟ ବିଦ୍ୟାଳୟର ପଚାଶ ଜଣ ଛାତ୍ରଛାତ୍ରୀ ଶକ୍ତି ସଂରକ୍ଷଣ ଶୀର୍ଷକ ଚିତ୍ର ଅଙ୍କନ କରି ସଭାରେ ପ୍ରଦର୍ଶନ କରି ସଚେତନତା ସୃଷ୍ଟି କରିଥିଲେ ।
ଛାତ୍ରୀ ମାନଙ୍କଦ୍ୱରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । କବି ଓ ଲେଖକ ଅଜୟ କୁମାର ପଣ୍ଡାଙ୍କ ପୁସ୍ତକ “ସାଉଁଣ୍ଟା ସ୍ବପ୍ନ” ର ଶୁଭ ଉନ୍ମୋଚନ କରାଯାଇଥିଲା । ଡ଼ଃ ବସନ୍ତ କୁମାରୀ ନନ୍ଦ କବିତା ସଂଯୋଜନା କରିଥିଲେ , ଅସିତ୍ କୁମାର ଜେନା ମଞ୍ଚପରିଚଳନା କରିଥିଲେ । ଜଗତସିଂହପୁରର କବୟିତ୍ରୀ ସଂହିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।