ଏକଲବ୍ୟ ବିଦ୍ୟାଳୟରେ ଆଦର୍ଶ ଯୁବକ ଗ୍ରାମସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଧଅଁରାଭଟା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଆନୁକୂଲ୍ୟରେ ଏକ ଆଦର୍ଶ ଯୁବକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଦେବଦତ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ ଓ ପରିଚାଳନା କମିଟି ସଭାପତି ହରିହର କୁମାର ଯୋଗ ଦେଇଥିଲେ।
ଗ୍ରାମସଭାର ପ୍ରକୃତ ପରିବେଶ ଓ ପ୍ରକ୍ରିୟାକୁ ଛାତ୍ରଛାତ୍ରୀମାନେ ଜୀବନ୍ତ ଭାବେ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ଶଶି ଶେଖର କୁମାରଙ୍କ ନେତୃତ୍ୱରେ ସଂଳାପ ଓ ଅଭିନୟ ପ୍ରସ୍ତୁତ କରାଯାଇଥିଲା। ଇକୱାଲ ହୁସେନ ସଂଳାପ ପ୍ରସ୍ତୁତିରେ ସହଯୋଗ କରିଥିବା ବେଳେ ସୋମା ଶାହା ଓ ମଧୁମିତା ପ୍ରଧାନ ଅଭିନୟ ଅଭ୍ୟାସରେ ମାର୍ଗଦର୍ଶନ ଦେଇଥିଲେ। ଶ୍ରୀମତୀ ଶିବାନୀ ଶର୍ମା ମଞ୍ଚ ସଜ୍ଜାର ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ସଂରକ୍ଷଣ ଦାୟିତ୍ୱ କିଶୋର ଘଡ଼େଇ ଓ ଲୋକନାଥ ପାତ୍ର ତୁଲାଇଥିଲେ। ଏହାସହ ସୁଦୀପ ପରମାଣିକ, ରୋହିତ ଲୁହା, ଅଭିନବ କୁମାର, ଅଭିଷେକ ଆନନ୍ଦ, ଶ୍ୱେତା ଶାହା, ସୁନିତା ଠାକୁର, ସୁଧାଂଶୁ ରଣା, ଦୀପକ କୁମାର ସାମଲ ଓ ଶେଷଦେବ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଗ୍ରାମସଭାରେ ଦ୍ୱାଦଶ ଦ୍ୱିତୀୟ ବର୍ଷ ବିଜ୍ଞାନ ବିଭାଗର ଛାତ୍ରୀ ବେବି ବେହେରା ସରପଞ୍ଚ ଭୂମିକାରେ ଏବଂ ଦ୍ୱାଦଶ ଦ୍ୱିତୀୟ ବର୍ଷ ଭୂଗୋଳ ବିଭାଗର ଜଣେ ଛାତ୍ରୀ ସଚିବ ଭୂମିକାରେ ଅଭିନୟ କରିଥିଲେ। ଅନ୍ୟାନ୍ୟ ଛାତ୍ରଛାତ୍ରୀ ଗ୍ରାମବାସୀଙ୍କ ଭୂମିକାରେ ଅଭିନୟ କରି ଗ୍ରାମସଭାର ବାସ୍ତବ ଚିତ୍ର ନିଖୁଣ ଭାବେ ଉପସ୍ଥାପନ କରିଥିଲେ। ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ଅଭିନୟ, ଆତ୍ମବିଶ୍ୱାସ ଓ ସଂଳାପ ଉପସ୍ଥିତ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଅଧ୍ୟକ୍ଷ ଦେବଦତ୍ତ ସାହୁ ଛାତ୍ରଛାତ୍ରୀଙ୍କ ନିଖୁଣ ଅଭିନୟ ଓ ଉତ୍ସାହର ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ, ଦାୟିତ୍ୱବୋଧ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମାଜିକ ସଚେତନତା ବୃଦ୍ଧି କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.