ଭାରତ ଭକ୍ତିରେ ପରିବେଶ ମୁଖରିତ
ସଂଘ ସାହିତ୍ୟ ଆଲୋଚନାରେ ସଂଘ ପ୍ରତିଷ୍ଠାତାଙ୍କୁ ସ୍ମରଣ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପାଳନ ଅବସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜ ବିହାର ଠାରେ ଏକ ଦେଶାତ୍ମବୋଧକ କବିତା ଆସର ଓ ସଂଘ ସାହିତ୍ୟ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ପାଦିକା ସୁଦେଷ୍ଣା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ବରିଷ୍ଠ ସଦସ୍ୟା କଳ୍ପନା ରଥ, କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଶିଷ୍ଟ ସାହିତ୍ୟିକ ବିରଞ୍ଚି ନାରାୟଣ ମୁଣ୍ଡ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ନାୟକ ଅତିଥି ଭାବରେ ଯୋଗଦାନ ଦେଇ ସାହିତ୍ୟ ପରିଷଦର ଲକ୍ଷ୍ୟ ଓ ଉଦ୍ଦେଶ୍ୟ,ସଂଘ ସାହିତ୍ୟ ଏବଂ ଶତାବ୍ଦୀ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପଣ୍ଡାଙ୍କ ସଂଯୋଜନାରେ ଭବାନୀ ଶଙ୍କର ପଣ୍ଡା, ଆନନ୍ଦିନୀ ପାତ୍ର, କଳ୍ପନା ରଥ, ବିଳାସିନୀ ମହାପାତ୍ର, ମନୋଜ କୁମାର ନାୟକ, ସୁଦେଷ୍ଣା ପଣ୍ଡା, ପ୍ରତାପ ପଣ୍ଡା, ପ୍ରମୁଖ ଦେଶାତ୍ମବୋଧକ କବିତା ପାଠ କରିଥିଲେ। ସଦସ୍ୟା ଦୀପ୍ତି ମୁଣ୍ଡ ସରସ୍ୱତୀ ବନ୍ଦନା ଓ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରତାପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସାମୂହିକ ବନ୍ଦେ ମାତରମ୍ ଗାନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।





