ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଗଣ୍ଡପତ୍ରାପାଲି ଗ୍ରାମ ପଞ୍ଚାୟତ ନାରିକଟା ଖେଳ ପଡିଆ ଠାରେ ବର୍ଣିବୁଢା କ୍ଲବ ନାରିକଟା ଆନୁକୁଲ୍ୟରେ ଚାଲୁଥିବା ଶୋହଲତମ ବର୍ଷ ବର୍ଣିବୁଢା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ରବିବାର ଚତୁର୍ଥ ଦିବସରେ ପହଞ୍ଚିଛି । ଚତୁର୍ଥ ଦିବସରେ ବଡ଼ମାଲ ଓ କରେଳଧୁଆ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବଡ଼ମାଲ ୫-୪ଗୋଲ ସ୍କୋର କରି ବିଜୟୀ ହୋଇଛି । ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ଭାବେ କେଓମାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ ଭୋଇ ଓ ସୁଶାନ୍ତ ଦୀପ , ସମ୍ମାନୀତ ଅତିଥି ଭାବରେ ରାମ ନାରାୟଣ ବାଗ ପ୍ରମୁଖ ମଞ୍ଚାସିନ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ରାଧାକାନ୍ତ ବାଗ ଖେଳ ପରିଚାଳନା କରିଥିବା ବେଳେ ସୁଭାଷ ଭୋଇ, ବିମ୍ବାଧର ନାଗ, ଅଜୟ ଭୋଇ ଲାଇନ ମେନ୍ ଭାବେ ସହାଯୋଗ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଭୋଇ ଖେଳରେ ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୧୨.୧୨.୨୦୨୪ ରୁ ଆରମ୍ଭ ହୋଇ ୨୨.୧୨.୨୦୨୪ ପର୍ଯ୍ୟନ୍ତ ୧୧ ଦିନ ଧରି ଅନୁଷ୍ଠିତ ହେବ । ଏଥିରେ ବାର ଟି ଦଳ ଅଂଶ ଗ୍ରହଣ କରିଛନ୍ତି ।ଏହି ଟୁର୍ଣ୍ଣାମେଣ୍ଟରେ ଜଗନ୍ନାଥ ଭୋଇ, ଦୁର୍ଯୋଧନ ମାଝୀ, ରାଜକିଶୋର ଭୋଇ, ଦିଲୀପ ଜାନୀ, ଦୁରବାସ ଜାନୀ, ପିନ୍ଟୁ ଭୋଇ, ସରୋଜ ଭୋଇ, ରାଜୁ, ଶଙ୍କର ମାଝୀ, ଦେବରାଜ ମାଝୀ, ଦୀପକ ବାଗ ତଥା ବର୍ଣିବୁଢା କ୍ଲବ ନାରିକଟାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।