ଦିବଂଗତ ସାମ୍ବାଦିକ ମହମ୍ମଦ ଅସଲମଙ୍କ ତୃତୀୟ ପୁଣ୍ୟ ତିଥି ପାଳିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଅମଲା ଭବନଠାରେ ଦିବଂଗତ ସାମ୍ବାଦିକ ମହମ୍ମଦ ଅସଲମଙ୍କ ତୃତୀୟ ପୁଣ୍ୟ ତିଥି ପାଳନ ସହ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ମହମ୍ମଦ ଅସଲମ୍ ସ୍ମୃତି କମିଟି ତରଫରୁ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରବାନ, ବିଶିଷ୍ଟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ପୁରୁଷୋତ୍ତମ ସିଂ ଠାକୁର, ମନୋରଞ୍ଜନ ଯୋଷୀ, ସମାଜସେବୀ ଭାରତ ଠାକୁର, ଶିକ୍ଷାବିତ ଡଃ ଅଜୟ ମିଶ୍ର, ଡଃ ଉମେଶ ଚନ୍ଦ୍ର ଶତପଥୀ ପ୍ରମୁଖ ମଞ୍ଚାସିନ ଥିଲେ। ସେହିପରି ବରିଷ୍ଠ ସାମ୍ବାଦିକ ଦୟାନିଧି ଦାଶ, ବଡଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ, ସାମ୍ବାଦିକା ଅରୁନ୍ଧତୀ ମହାନ୍ତି ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ସ୍ବର୍ଗତ ଅସଲମଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ପାରା ଏଥଲେଟ ଖେଳାଳୀ ଆକାଶ ମୁଣ୍ଡ, ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀକାନ୍ତ ବାଗ ଓ ସଫେଇ କର୍ମଚାରୀ ବସନ୍ତ ନାଏକଙ୍କୁ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ  କରାଯାଇଥିଲା। ବିଭିନ୍ନ କଲେଜର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ଇଂରାଜୀ ଓ ଓଡିଆ ପ୍ରବନ୍ଧ ପ୍ରତିଯୋଗିତାରେ ବିଜୟୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଯୁବନେତା ଅବିନାଶ ଠାକୁର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସନ୍ତୋଷ ସିଂହ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ। ମହମ୍ମଦ୍ ଅସଲମ୍ ସ୍ମୃତି କମିଟିର ଯୁବ ନେତା ବିଜୟ ସାହୁ, ବରିଷ୍ଠ ସାମ୍ବାଦିକ ଅଜିତ ସିଂ, ତାପସ ମହାନ୍ତି, ମନ ପ୍ରଧାନ, ବାଚୁ ପ୍ରଧାନ, ସୁଭମ ରୋହିଲା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.