ବ୍ଲକ ସ୍ତରୀୟ ଶିଶୁ ମେଳାରେ ପ୍ରଗତି କଲେଜିଏଟ୍ ସ୍କୁଲର ସଫଳତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମେଦିନୀପୁରଠାରେ ଓଷ୍ଟା ପକ୍ଷରୁ ଅନୁଷ୍ଠିତ ବ୍ଲକ ସ୍ତରୀୟ ଶିଶୁ ମେଳାରେ ପ୍ରଗତି କଲେଜିଏଟ୍ ସ୍କୁଲର ସଫଳତା ଦେଖିବାକୁ ମିଳିଛି। 

ବକୃତା ପ୍ରତିଯୋଗିତାରେ ପ୍ରିନ୍ସି ପ୍ରଧାନ ପ୍ରଥମ, ଗଳ୍ପ ଲିଖନରେ ତନୁଜା ନାୟକ ଦ୍ୱିତୀୟ, ସାଧାରଣ ଜ୍ଞାନରେ ପୀୟୂଷ ପୁଟେଲ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। 

ସ୍କୁଲର ପ୍ରଧାନଶିକ୍ଷକ ଲୋକନାଥ ଖଡ଼ିକାର, ପ୍ରଶାସନିକ ଅଧିକାରୀ ରମେଶ ଚନ୍ଦ୍ର ମେହେର ଏବଂ ଓଡ଼ିଆ ବିଭାଗର ମୁଖ୍ୟ ଜୟଦ୍ରଥ ସୁନା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। 

ଏଥିରେ ଶିକ୍ଷକ ନରେଶ ବିଶ୍ଵାଳ ଓ ଶିକ୍ଷୟିତ୍ରୀ ଗାୟତ୍ରୀ ସୁନାନୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.